ନିର୍ବାଚନ କମିଶନଙ୍କ ନୂଆ ନିୟମ, ପ୍ରାର୍ଥୀ ନିଜେ ତିନି ଥର ଦେବେ ନିଜର ଅପରାଧିକ ବିଜ୍ଞାପନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଥର ନିର୍ବାଚନରୁ ଅପରାଧକୁ ଦୁରେଇ ରଖିବାକୁ ନିର୍ବାଚନ କମିଶନଙ୍କ ପ୍ରୟାସ । ପ୍ରଥମ ଥର ପାଇଁ ଏପରି ପ୍ରୟାସ କରାଯାଇଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେଉଁ ପ୍ରାର୍ଥୀଙ୍କ ନାଁ ରେ ଅପରାଧିକ ମାମଲା ଅଛି ସେ ନିଜେ ଏହି ମାମଲା ଗୁଡିକର ବିଜ୍ଞାପନ ଟିଭି ଓ ଖବରକାଗଜରେ ୩ ଥର ଦେବ । ଯେପରିକି ତାଙ୍କ ନିର୍ବାଚନ ମଣ୍ଡଳିର ଭୋଟର, ପ୍ରାର୍ଥୀଙ୍କ ଅପରାଧ ସମ୍ପର୍କରେ ଜାଣିପାରିବେ । ନୋମିନେସନ୍ ତାରିଖ ପର ଠାରୁ ମତଦାନର ୪୮ ଘଣ୍ଟା ପୂର୍ବରୁ ଏହି ବିଜ୍ଞାପନ ଦେବା ବାଧ୍ୟତାମୂଳକ ।

ସେହିପରି ଫର୍ମ ୨୬କୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ସମସ୍ତ ପ୍ରାର୍ଥୀଙ୍କୁ ଦେବାକୁ ପଡିବ ପ୍ୟାନ୍ ନମ୍ୱର । ଯଦି କୌଣସି ପ୍ରାର୍ଥୀଙ୍କର ପ୍ୟାନ୍ ନମ୍ୱର ନାହିଁ, ତେବେ ତାଙ୍କୁ ଆବେଦନ କରିବାକୁ ପଡିବ , ଏବଂ ଫର୍ମ ୨୬ରେ ତାହାର ଷ୍ଟାଟସ୍ ସମ୍ପର୍କରେ ଜଣାଇବାକୁ ପଡିବ । ଫର୍ମ ୨୬ ସଠିକ୍ ଭାବେ ପୂରଣ ହୋଇନଥିଲେ ନାମାଙ୍କନ ରଦ୍ଦହେବ ।

Leave a comment