ଘରେ ଥାଇ ପାଇପାରିବେ ଡାକ୍ତରୀ ପରାମର୍ଶ : ଡ଼ା କ୍ରିଷ୍ଣ କୁମାର

ଜାରିହେଲା ସ୍ୱତନ୍ତ୍ର ହେଲ୍ପ ଲାଇନ ନମ୍ବର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲି ଦିନ ୧୧ଟାରୁ ଆରମ୍ଭ ହେବ ଟେଲି ମେଡ଼ିସିନ ହେଲ୍ପ ଲାଇନ । ଏନେଇ ସୂଚନା ଦେଇଛନ୍ତି କୋଭିଡ-୧୯ର ୧୦୪ ହେଲ୍ପଲାଇନ ମୁଖ୍ୟ ଡାକ୍ତର କ୍ରିଷ୍ଣ କୁମାର । ଆଜି ଡାକ୍ତର କ୍ରିଷ୍ଣ କୁମାର ସାମ୍ବାଦିକ ସାମ୍ବିଳନୀରେ କହିଛନ୍ତି, ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦେଖି ରାଜ୍ୟ ସରକାର ଆଉ ଏକ ସ୍ୱତନ୍ତ୍ର ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି । ଏହି ସ୍ୱତନ୍ତ୍ର ଟେଲି ହେଲ୍ପ ଲାଇନ ନମ୍ବରଟି ହେଉଛି ୧୪୪୧୦ । ଏହି କାର୍ଯ୍ୟରେ ରାଜ୍ୟର ୩୦୦ ଡାକ୍ତର ନିୟୋଜିତ ରହିବେ ।

ଏହି ସ୍ୱତନ୍ତ୍ର ହେଲ୍ପଲାଇନ ଜରିଆରେ ନିଜର ସ୍ୱାସ୍ଥ୍ୟ ସମ୍ୱନ୍ଧରେ ସୂଚନଦେବା ପରେ ଏହି ଡାଟା କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ ପାଖକୁ ଯିବ । ସେମାନଙ୍କ ପରାମର୍ଶ ଅନୁଯାୟୀ ରାଜ୍ୟର ଡାକ୍ତର ମାନେ ଫୋନ ଯୋଗେ ଉକ୍ତ ବ୍ୟକ୍ତି ସହ ଯୋଗାଯୋଗ କରିବେ । ଏବଂ କରୋନା ସମ୍ପର୍କରେ ମଧ୍ୟ ଏମେନେ ପରାମର୍ଶ ଦେବେ ।

Leave a comment