ଆସନ୍ତା ୭ତାରିଖରୁ ରାତି ୯ଟାରୁ ବନ୍ଦ ହେବ ଦୋକାନ ବଜାର, ପଢ଼ନ୍ତୁ ନୂଆ ଗାଇଡ଼ ଲାଇନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନାର ନୂଆ ଭେଟିଏଣ୍ଟ ଓମିକ୍ରନ ରାଜ୍ୟରେ ଦ୍ରୁତ ଗତିରେ ନିଜ କାୟା ବିସ୍ତାର କରିବା ଆରମ୍ଭ ହେଲାଣି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ କଟକଣା ଜାରି କରିଛନ୍ତି । ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁକୁ ବଢାଇ ଦିଆଯାଇଛି । ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ଏହି ନିୟମକୁ କଡାକଡି ଭାବେ ପାଳନ କରିବାକୁ ଏସଆରସି ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଏସଆରସି ପ୍ରଦୀପ ଜେନା କହିଛନ୍ତି, ରାଜ୍ୟ ତଥା ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ରଜ୍ୟେରେ ମଧ୍ୟ କରୋନା ଓ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଯାହା କରୋନାର ତୃତୀୟ ଲହରି ବୋଲି କୁହାଯାଉଛି । ପ୍ରଥମ ଦୁଇଟି ଲହରରେ ଯେପରି ଲୋକମାନେ କରୋନା ନିୟମ ମାନୁଥିଲେ, ଏବେ ମଧ୍ୟ ସେଭଳି ମାନିବାକୁ ସେ ପରାମର୍ଶ ଦେଇଛନ୍ତି । ସାନିଟାଇଜେସନ, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି । ବିଶେଷ କରି ମାସ୍କ ପିନ୍ଧିବାକୁ କହିଛନ୍ତି । ତେବେ ପରିସ୍ଥିତି ଓ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟରେ କିଛିଟା କଟକଣା ଜାରି କରାଯାଇଛି । ସମସ୍ତ ସ୍କୁଲ ଓ କଲେଜ ଅର୍ଥାତ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ଘୋଷଣା କରାଯାଇଛି । ହେଲେ ଅନଲାଇନରେ ପାଠପଢା ଜାରି ରହିବ । ପିକନିକ୍‌, ଭୋଜିଭାତ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ହୋଟେଲ, ବାର ଓ ଦୋକାନ-ବଜାର ରାତି ୯ଟା ଯାଏ ଖୋଲିବ । ସମସ୍ତ ହୋଟେଲ, ବାର ଓ ଦୋକାନ ୫୦ ପ୍ରତିଶତ କର୍ମଚାରୀଙ୍କୁ ଖୋଲିବ । ହାଟ ବଜାରରେ ଓ ସପିଙ୍ଗ ମଲରେ ଭିଡ଼ ହେଲେ, ତାହାକୁ ୭ଦିନ ପାଇଁ ସିଲ କରାଯିବ । ଭିଡ଼ ପାଇଁ ମାଲିକମାନେ ଦାୟୀ ରହିବେ । ବିବାହ, ବ୍ରତ ଆଦି କାର୍ଯ୍ୟକ୍ରମରେ ୧୦୦ ଜଣ ଓ ଶୁଦ୍ଧିକ୍ରିୟା ଲାଗି ୫୦ ଜଣଙ୍କୁ ଅନୁମତି ମିଳିବ । ସିନେମା ହଲ ୫୦ ପ୍ରତିଶତ ଦର୍ଶକକୁ ନେଇ ଚାଲିପାରିବ । ସମସ୍ତ ମେଳା, ମହୋତ୍ସାବକୁ ବାତିଲ କରାଯାଇଛି । ମନ୍ଦିର ଓ ଧର୍ମାନୁଷ୍ଠାନରେ କେବଳ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯିବ ।

Leave a comment