ପୁଣି ରାଜଧାନୀକୁ ଫେରିଲା ମାସ୍କ ପିନ୍ଧିବା କଟକଣା
ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ନିୟମ ଜାରି କଲା ବିଏମସି । ନୂଆ ନିୟମ ଅନୁସାରେ ଏଣିକି ଭୁବନେଶ୍ବରର ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସପିଂ ମଲ୍, ଦୋକାନ ଓ ଛକ ବଜାରରେ ୨ ମିଟର ଦୂରତା ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ ରୋକ ଲଗାଯାଇଛି ।
ଏହା ବ୍ୟତୀତ ବାହାରୁ ବିଏମସି ଅଞ୍ଚଳକୁ ଆସୁଥିବା ଲୋକମାନଙ୍କ ପାଇଁ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସପିଙ୍ଗ ମଲ ଏବଂ ଦୋକାନରେ ୨ ମିଟର ସାମାଜିକ ଦୂରତା ରକ୍ଷା କରିବା ପାଇଁ କଟକଣା ଜାରି କରିଛି ବିଏମସି ।
ସୂଚନାଯୋଗ୍ୟ,ତେବେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।