ମନ୍ତ୍ରୀପଦ ତାଲିକାରେ ପୁରୀ ଜିଲ୍ଲାରୁ ନୂଆ ଚେହେରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଜିଲ୍ଲାରେ ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମାଙ୍କ ପରି ଟାଣୁଆ ନେତା ହାରିଯାଇଛନ୍ତି । କିନ୍ତୁ ନିମାପଡ଼ା ଲଗାତାର ଭାବେ ତିନିଥର ବିଜୟଲାଭ କରିଛନ୍ତି ବିଧାୟକ ସମୀର ଦାସ । ନିମାପଡ଼ା ଅଞ୍ଚଳରେ ସମୀର ଜଣେ ଲୋକପ୍ରିୟ ନେତା ଭାବେ ପରିଚିତ । ସେହିପରି ପିପିଲି ଅଞ୍ଚଳରୁ ପ୍ରଦୀପ ମହାରଥୀ ବିଜୟଲାଭ କରିଛନ୍ତି । ମହାରଥୀ ଜଣେ ଜଣାଶୁଣା ନେତା ହେଲେ ମଧ୍ୟ ତାଙ୍କ ନାଁରେ ଅନେକ ଅଭିଯୋଗ ରହିଛି । ତେଣୁ ପୁରୀ ଜିଲ୍ଲାରୁ ଏଥର ସମୀରଙ୍କୁ ମନ୍ତ୍ରୀପଦ ମିଳିବାର ସମ୍ଭାବନା ଅଛି । ଏପରିକି ଉପର ମହଲରେ ମଧ୍ୟ ତାଙ୍କୁ ମନ୍ତ୍ରୀପଦ ମିଳିବା ଏକପ୍ରଜାର ନିଶ୍ଚିତ ହୋଇ ସାରିଥିବା ଶୁଣିବାକୁ ମିଳୁଛି ।

ସୂଚନା ଅନୁଯାୟୀ, ବିଧାୟକ ସମୀର ଦାସ ପୂର୍ବରୁ ଜିଲା ଯୋଜନା ବୋଡ଼ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ସହ ଦଳୀୟ ମୁଖପାତ୍ର କାର୍ଯ୍ୟ କରଛନ୍ତି । ତାଙ୍କର ବିପକ୍ଷରେ କୌଣସି ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗ ନାହିଁ କି ତାଙ୍କ ନାଁ ରେ କୌଣସି ଅପରାଧିକ ମାମଲା ନାହିଁ । ତେଣୁ ପୁରୀ ଜିଲ୍ଲାରୁ ସମୀରଙ୍କ ନାଁ ମନ୍ତ୍ରୀପଦ ତାଲିକାରେ ସ୍ଥାନ ପାଇଥିବା ସୂଚନା ମିଳିଛି ।

Leave a comment