କରୋନା ପରିସ୍ଥିତି ଉପରେ ନଜର ରଖିବାକୁ ଖୋଲିଲା କଣ୍ଟ୍ରୋଲ ରୁମ, ଦାୟିତ୍ୱରେ ରହିଲେ ଅମିତାଭ ଠାକୁର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ ବା ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି। ଏହି କଣ୍ଟ୍ରୋଲ ରୁମ ୨୪ ଘଣ୍ଟା କାମ କରିବ। କଣ୍ଟ୍ରୋଲ ରୁମ ନମ୍ବର ହେଲା ୦୬୭୪- ୨୩୯୨୧୧୫/ ୯୪୩୮୯୧୫୯୮୬। କଣ୍ଟ୍ରୋଲ ରୁମ ଦାୟିତ୍ବରେ ରହିବେ ୧୯୯୮ବ୍ୟାଚ୍ର ବରିଷ୍ଠ ଆଇପିଏସ ଅଧିକାରୀ ଅମିତାଭ ଠାକୁର । ରାଜ୍ୟ ସରକାର ଗୃହ ବିଭାଗରେ ଖୋଲିଥିବା ଏହି ନିୟନ୍ତ୍ରଣ କକ୍ଷ କରୋନା ପରିସ୍ଥିତି ଉପରେ ବିଶେଷଧ୍ୟାନ ଦେବ ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଥିବା ଲକଡାଉନ ରାଜ୍ୟରେ କିଭଳି କାର୍ଯ୍ୟକାରୀ ହେଉଛି ତାହାକୁ ଏହି ନିୟନ୍ତ୍ରଣ କକ୍ଷ ଅନୁଧ୍ୟାନ କରିବ । ଲକଡାଉନ ପାଇଁ ରେଳ, ବିମାନ ଓ ବସ ଚଳାଚଳ ରହିଛି । ତେଣୁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଓଡିଆମାନେ ଏହି ନିୟନ୍ତ୍ରଣକକ୍ଷ ସହିତ ଯୋଗାଯୋଗ କରିପାରିବେ । ପୂର୍ବରୁ କରୋନା ପାଇଁ ରାଜ୍ୟ ସରକାର ୧୦୪ ନମ୍ବର ବଶିଷ୍ଟ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି । ୨୦୦୨ ବ୍ୟାଚ୍ ଆଇଏଏସ୍ ଅଫିସର ଡକ୍ଟର କ୍ରିଷ୍ଣ କୁମାରଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି ।