ଭୁଲରେ ଏହିସବୁ ଜିନିଷ କେବେ କାହାଠାରୁ ମାଗଣାରେ ଆଣନ୍ତୁ ନାହିଁ, ନହେଲେ ହୋଇଯିବେ କାଙ୍ଗାଳ

0

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି । ଏହି ବାସ୍ତୁ ଶାସ୍ତ୍ର ଅନୁସାରେ ଦୈନିକ ଜୀବନରେ କିଛି ଜିନିଷ ମାଗଣାରେ ନେବା ଆପଣଙ୍କୁ ବେଶ୍ ଭାରି ପଡିପାରେ । ଏହି କ୍ରମରେ ଆସନ୍ତୁ ଜାଣିବା କେଉଁ ଜିନିଷ କେବେ ବି ମାଗଣାରେ ନେବେ ନାହିଁ ।ଲୁଣ: ଲୁଣ ଏକ ସାମାନ୍ୟ ଜିନିଷ ହୋଇଥାଏ । କିନ୍ତୁ ଏହା ଯେକୌଣସି ବି ଖାଦ୍ୟ ପଦାର୍ଥ ପ୍ରସ୍ତୁତିରେ ଅନିବାର୍ଯ୍ୟ ହୋଇଥାଏ । ତେଣୁ ଆମେ ଅଧିକାଂଶ ସମୟରେ ଲୁଣ ସରି ଯାଇଥିଲେ ପାଖ ପଡିଶାଙ୍କ ପାଖରୁ ଲୁୁଣ ମାଗିକରି ନେଇ ଆସିଥାଉ । କିନ୍ତୁ ବାସ୍ତୁ ଅନୁସାରେ ଏହା ପୁରାପୁରି ଅନୁଚିତ । ମାଗଣାରେ ଲୁଣ ଆଣି ବ୍ୟବହାର କରିବା ଦ୍ୱାରା ଘରେ ଋଣ ଭାର ବଢିଯାଇଥାଏ । ଏଣୁ ନିହାତି ଆବଶ୍ୟକ କାରଣରୁ ଆପଣ କାହାଠାରୁ ଲୁଣ ନେଉଥିଲେ ତାହା ବଦଳରେ କିଛି ବି ଜିନିଷ ଅପରପକ୍ଷକୁ ଦେବା ଉଚିତ ।

ଛୁଞ୍ଚି: ମାଗଣାରେ ମିଳିଥିବା ଛୁଞ୍ଚିକୁ ବି କେବେ ପ୍ରୟୋଗ କରିବା ଅନୁଚିତ । କାରଣ ଏପରି କରିବା ଦ୍ୱାରା ଜୀବନରେ ନକରାତ୍ମକତା ବୃଦ୍ଧି ପାଇଥାଏ । କାହାଠାରୁ ମାଗଣାରେ ଆଣି ଛୁଞ୍ଚି ବ୍ୟବହାର କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ବି ପ୍ରଭାବିତ ହୋଇଥାଏ । ଏହା ସହିତ ଆର୍ଥିକ କ୍ଷେତ୍ରରେ ବି ଅବନତିର ସାମ୍ନା କରିବାକୁ ପଡିଥାଏ ।

ରୁମାଲ: ବାସ୍ତୁ ଅନୁସାରେ ମାଗଣାରେ ମିଳିଥିବା ରୁମାଲ ଭୁଲ୍ ରେ ବି ବ୍ୟବହାର କରିବା ଅନୁଚିତ । ଏପରି କରିବା ଦ୍ୱାରା ପରସ୍ପର (ରୁମାଲ ଦେଇଥିବା ବ୍ୟକ୍ତି ଓ ନେଇଥିବା ବ୍ୟକ୍ତି ) ମଧ୍ୟରେ ମତଭେଦ ବୃଦ୍ଧି ପାଏ ।

ତେଲ କିମ୍ବା ଲୁହା: ମାଗଣାରେ ଲୁହା ଜିନିଷ କି ତେଲ ଆଣି ବ୍ୟବହାର କରିବା ଦ୍ୱାରା ଜୀବନରେ ବହୁତ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ । ଏହା ସହ ଶନି ଦେବଙ୍କ କୋପ ଦୃଷ୍ଟି ବି ପଡିଥାଏ । ମାଗଣା ଲୁହା ଜିନିଷ ଆଣିବା ଦ୍ୱାରା ଘରକୁ ଦରିଦ୍ରତା ଆସିଥାଏ ଏବଂ ତେଲ ମାଗଣାରେ ବ୍ୟବହାର କରିବା ଦ୍ୱାରା ଆର୍ଥିକ ସ୍ତରରେ ବ୍ୟକ୍ତି ଦୂର୍ବଳ ହୋଇଯାଏ ।

Leave a comment