ବଦ୍ଧପରିକରତା ହିଁ ଆମ ଭବିଷ୍ୟତ ନିର୍ଦ୍ଧାରଣ କରିପାରିବ : ମୋଦୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):‘ଇଣ୍ଡିଆନ୍ ଚାମ୍ବର୍ ଅଫ୍ କମର୍ସ’ର (ଆଇସିସି) ୯୫ତମ ବାର୍ଷିକ ପୂର୍ଣ୍ଣ ଅଧିବେଶନ ଆଜି। ଏହି ଉଦ୍‌ଘାଟନୀ ଉତ୍ସବ ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସମଗ୍ରଦେଶ କୋଭିଡ୍-୧୯ ବିପକ୍ଷରେ ସଂଗ୍ରାମ ଚଳାଇଥିବା ସହ ଏକାଧିକ ଆହ୍ବାନ ମୁକାବିଲା କରୁଥିବାବେଳେ ଏହି ଅବସର ଆସିଛି। ଏହି ସଙ୍କଟକୁ ସୁଯୋଗରେ ପରିଣତ କରିବାକୁ ଦେଶର ସମସ୍ତ ନାଗରିକ ପ୍ରତିଜ୍ଞାବଦ୍ଧ। ଆମେ ଏହି ସଙ୍କଟକୁ ଦେଶର ପ୍ରମୁଖ ପରିବର୍ତ୍ତନର ପ୍ରବର୍ତ୍ତକ କରିବା। ସେ ପରିବର୍ତ୍ତନଟି କ’ଣ? ତାହା ହେଉଛି ‘ଆତ୍ମନିର୍ଭର ଭାରତ’।

ସେ ଆହୁରି କହିଛନ୍ତି, ସମଗ୍ର ବିଶ୍ବ ‌କୋଭିଡ୍-୧୯ ବିପକ୍ଷରେ ଲଢୁଛି। ଭାରତ ବି ଲଢୁଛି। ଏହି ସଙ୍କଟଜନକ ସମୟ‌ରେ ଅନ୍ୟାନ୍ୟ ପ୍ରତିକୂଳ ପରିସ୍ଥିତି ବି ଦେଖାଦେଉଛି। ଗତ କେତେ ମାସ‌ ହେବ ଦେଶର କେତେକ ଭାଗରେ ପଙ୍ଗପାଳ ଆକ୍ରମଣ ଠାରୁ ଆରମ୍ଭ କରି ଭୂମିକମ୍ପ ଏବଂ ବାତ୍ୟା ମଧ୍ୟ ସଘଂଠିତ ହୋଇଛି। କରୋନାଭାଇରସ୍ ସଙ୍କଟ କାଳରେ ଦେଶ ଅନେକ ଆହ୍ବାନର ସମ୍ମୁଖୀନ ହୋଇଛି। ଏହି ଆହ୍ବାନର ସହ୍ୟ କରିବାକୁ ଆମେ ଏକଜୁଟ ହୋଇଛନ୍ତି। ଅର୍ଥାତ୍ କେବଳ ଆମର ଦୃଢ଼ ନିଷ୍ପତ୍ତି ଏବଂ ବଦ୍ଧପରିକରତା ହିଁ ଆମ ଭବିଷ୍ୟତ ନିର୍ଦ୍ଧାରଣ କରିପାରିବ। ୯୫ ବର୍ଷ ଅତିକ୍ରାନ୍ତ କରିସାରିଥିବା ‘ଚାମ୍ବର୍ ଅଫ୍ କମର୍ସ’କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ।

Leave a comment