ବାହାଘର ଓ ଅନ୍ତ୍ୟେଷ୍ଟି ପାଇଁ ଆଉ ଥାନାକୁ ଯିବାକୁ ପଡିବନି, ୧୦୦କୁ ଡାଏଲ କଲେ ମିଳିବ ଅନୁମତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସଂକ୍ରମଣର ଦ୍ଵିତୀୟ ଲହରରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ମହାମାରୀର ମୁକାବିଲା ପାଇଁ ଅନେକ କଟକଣା ଲାଗୁ ହୋଇଛି। ରାଜ୍ୟରେ ସଂପ୍ରତି ୧୪ ଦିନିଆ ଲକ୍‌ଡାଉନ୍‌ ଜାରି ହୋଇଛି। ଏହି ସମୟରେ ଅନେକ କାର୍ଯ୍ୟକ୍ରମ ଆୟୋଜନ ଉପରେ କଟକଣା ଜାରି ହୋଇଥିବା ବେଳେ ବାହାଘର ଓ ଅନ୍ତ୍ୟେଷ୍ଟି କାର୍ଯ୍ୟ ସୀମିତ ଲୋକଙ୍କୁ ନେଇ କରିବାକୁ ଅନୁମତି ମିଳିଛି। ହେଲେ ଏଥିପାଇଁ ଥାନାକୁ ଆସି ଅନୁମତି ନେବାକୁ ପଡେ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ରାଜଧାନୀବାସୀଙ୍କ ଲାଗି ଘୋଷଣା କରିଛନ୍ତି।

ଏଣିକି ଘରେ ବସି ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଅନୁମତି ମିଳିବ। ବିବାହ ଅନୁମତି ଲାଗି ଥାନାକୁ ଆସିବାକୁ ପଡିବ ନାହିଁ। ଅନୁମତି ପାଇଁ ୧୦୦ କିମ୍ବା ୮୧୪୪୨୦୭୧୦୦କୁ ଫୋନ୍‌ କରିବେ। ହ୍ଵାଟ୍ସଆପ୍ ମାଧ୍ୟମରେ ଆବେଦନକାରୀଙ୍କ ପାଖକୁ ଏକ ଫର୍ମାଟ ଯିବ। ଫର୍ମାଟ୍ ପୂରଣ କରି ପୋଲିସ ପାଖକୁ ପଠାଇବାକୁ ପଡିବ। ଏହା ପରେ ଯାଇ କମିଶନରେଟ୍ ପୋଲିସରୁ ଆପଣଙ୍କୁ ମୋବାଇଲ୍‌ରେ ଅନୁମତି ପତ୍ର ମିଳିବ। ଏ ନେଇ ଭୁବନେଶ୍ଵର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

Leave a comment