ରୁଗ୍‌ଣ ଶିଶୁଙ୍କୁ ମାରିପାରିବେ ଡାକ୍ତର, ସରକାର ଦେଲେ ଅନୁମତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଏବେ ନେଦରଲ୍ୟାଣ୍ଡରେ ରୁଗ୍‌ଣ ଶିଶୁ ଙ୍କୁ ଡାକ୍ତର ନିଜ ଉପାୟରେ ମାରିପାରିବେ ବୋଲି ସରକାର ଅନୁମତି ଦେଇଛନ୍ତି। ଏଭଳି ଅନୁମତି ଦେବା ପରେ ସରକାରଙ୍କ ବିରୋଧରେ ନାରାବାଜି ଆରମ୍ଭ ହୋଇଛି। ୧୨ ବର୍ଷ କିମ୍ବା ତାଠୁ କମ୍‌ ବୟସର ରୁଗ୍‌ଣ ପିଲାଙ୍କୁ ଡାକ୍ତରଙ୍କ ଦ୍ବାରା ମାରିପାରିବା ଅନୁମତି ମିଳିଛି । କିନ୍ତୁ ଏଥିପାଇଁ ପିଲାଙ୍କ ବାପା-ମାଙ୍କ ଅନୁମତି ବି ଦରକାର । ତେବେ ଏଥିରେ ୧୨ ବର୍ଷରୁ ଅଧକ ବୟସର ପିଲାଙ୍କୁ ସାମିଲ କରିବାକୁ ସଂସଦରେ ଡଚ୍‌ ସ୍ବାସ୍ଥ୍ୟମନ୍ତ୍ରୀ ହୁଗୋ ଡେ ଜଙ୍ଗ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।

ନିଜ ପ୍ରସ୍ତାବରେ ଜଙ୍ଗ ଲେଖିଛନ୍ତି, ଏମିତି କିଛି ପିଲା ଅଛନ୍ତି ଯେଉଁମାନଙ୍କ ବଞ୍ଚିବା ଆଶା କ୍ଷୀଣ। ପ୍ରତିବର୍ଷ ଦେଶରେ ଏଭଳି ୫ରୁ ୧୦ ଜଣ ପିଲା ପ୍ରଭାବିତ ହେଉଛନ୍ତି। ତେବେ ଏଭଳି ପିଲାଙ୍କୁ ଡାକ୍ତରୀ ଉପାୟରେ ମାରିବାକୁ କିଛି ନିୟମ ନଥିବାରୁ ନେଦରଲ୍ୟାଣ୍ଡର ଡାକ୍ତର ନିଜକୁ ନେଇ ଚିନ୍ତାରେ ଥିଲେ। କାରଣ ଏଥିପାଇଁ ସେମାନଙ୍କୁ ଅଭିଯୁକ୍ତ ବୋଲି ଗିରଫ କରାଯାଇପାରେ। ବର୍ତ୍ତମାନ ଜଣେ ଡାକ୍ତର ଏକ ବର୍ଷରୁ କମ୍‌ ବୟସର ରୁଗ୍‌ଣ ଶିଶୁକୁ ମାରିପାରିବେ। କିନ୍ତୁ ଏଥିପାଇଁ ଶିଶୁର ମାତା-ପିତାଙ୍କ ଅନୁମତି ଆବଶ୍ୟକ।

Leave a comment