ପୃଥିବୀର ନିକଟବର୍ତ୍ତୀ ହେଉଛି ଏକ ଗ୍ରହାଣୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୨୦-ଆରକେ୨ ନାମକ ଏକ ଗ୍ରହାଣୁ ପିଣ୍ଡ ପୃଥିବୀର ନିକଟତର ହେଉଥିବା ସମ୍ପର୍କରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ କହିଛି। ଉକ୍ତ ଗ୍ରହାଣୁଟି ପୃଥିବୀର କକ୍ଷପଥ ଦେଇ ଅତିକ୍ରମ କରିବ।
ତେଣୁ ପୃଥିବୀ ସହିତ ଗ୍ରହାଣୁଟିର ଧକ୍କା ହେବାର ଆଶଙ୍କା ପ୍ରକାଶ ପାଇଛି। ଏବେ ନାସା ବୈଜ୍ଞାନିକମାନଙ୍କ ସତର୍କ ଦୃଷ୍ଟି ୨୦୨୦ଆରକେ୨ ଉପରେ ରହିଛି। ଗ୍ରହାଣୁଟି ଏବେ ସେକେଣ୍ଡ ପ୍ରତି ୬.୬୮ କିମି ବେଗରେ ଗତି କରୁଛି। ପ୍ରତି ଘଣ୍ଟାରେ ୧୪,୯୪୨ ମାଇଲ ଅତିକ୍ରମ କରୁଥିବା ଗ୍ରହାଣୁ ପିଣ୍ଡଟିର ଆକାର ବୋଇଂ ୭୪୭ ବିମାନ ସଙ୍ଗେ ସମାନ। ଗ୍ରହାଣୁଟିର ବ୍ୟାସ ୩୬ରୁ ୮୧ ମିଟର ଭିତରେ ଥିଲାବେଳେ ଓସାର ପ୍ରାୟ ୧୧୮-୨୫୬ ଫୁଟ୍ ପର୍ଯ୍ୟନ୍ତ। ଗ୍ରହାଣୁଠାରୁ ସେପରି କିଛି ବିପଦର ଆଶଙ୍କା ନାହିଁ ବୋଲି ନାସା ଆଶ୍ୱାସନା ପ୍ରକଟ କରିଛି। ଗତମାସରେ ଆପୋଲୋ ଗ୍ରହାଣୁ ପିଣ୍ଡଟି ପୃଥିବୀର କକ୍ଷପଥ ଦେଇ ଅତିକ୍ରମ କରିଥିଲେ ମାତ୍ର ପୃଥିବୀର କିଛି କ୍ଷତି କରିନଥିଲା।
ଏବେ ୨୦୨୦ଆର୍କେ୨ ପୃଥିବୀର ନିକଟବର୍ତ୍ତୀ ହେଉଥିଲେ ମଧ୍ୟ ଜ୍ୟୋତିର୍ବିଦମାନେ ତାକୁ ପୃଥିବୀପୃଷ୍ଠରୁ ଖାଲି ଆଖିରେ ଦେଖିପାରିବେ ନାହିଁ। ଭାରତୀୟ ଷ୍ଟାଣ୍ଡାର୍ଡ ଟାଇମ୍ ଅନୁସାରେ ୭-୮ ରାତି ପ୍ରାୟ ଗୋଟାଏ ୧୨ ମିନିଟରେ ଉକ୍ତ ଗ୍ରହାଣୁଟି ପୃଥିବୀର ଅତି ନିକଟକୁ ଆସିବ। ୭-୮ ରାତିରେ ପୃଥିବୀର କକ୍ଷପଥ ଦେଇ ଉକ୍ତ ଗ୍ରହାଣୁ ପିଣ୍ଡ ଅତିକ୍ରମ କରିବା ପରେ ୨୦୨୭ ଅଗଷ୍ଟ ପର୍ଯ୍ୟନ୍ତ ପୃଥିବୀ ନିକଟକୁ ଆସିବ ନାହିଁ ବୋଲି ନାସା ମହାକାଶବିଜ୍ଞାନୀ ସ୍ପଷ୍ଟ କରିଛନ୍ତି।