ଦେଶରେ ପ୍ରାରମ୍ଭିକ ଟ୍ରେଣ୍ଡରେ NDA ଆଗରେ

0

ଚାଲିଛି ଲୋକସଭା ନିର୍ବାଚନର ଭୋଟ୍ ଗଣତି । ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ । ପ୍ରାରମ୍ଭିକ ଟ୍ରେଣ୍ଡରେ NDA ଆଗରେ ରହିଛି । ସେହିପରି INDIA ପଛରେ ରହିଛି । ୫୪୩ ସିଟରୁ NDA ୩୦୮ଆସନରେ ଆଗରେ ଥିବା ବେଳେ INDIA ୧୪୮ ଆସନରେ ପଛରେ ରହିଛି । ଭୋଟ ଗଣନା କେନ୍ଦ୍ରର ସୁରକ୍ଷା ପାଇଁ ଡବଲ ବ୍ୟାରିକେଟିଂ ସହିତ ସିସିଟିଭି ମନିଟରିଂ ବ୍ୟବସ୍ଥା ହୋଇଛି ।

ଭୋଟଗଣନା କେନ୍ଦ୍ର ଭିତରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି ।

ଉତ୍ତରପ୍ରଦେଶର ବାରାଣସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗୁଆ । ଅମିତ ଶାହା ଗାନ୍ଧିନଗର ଲୋକସଭା ଆସନରୁ ଆଗୁଆ ।

ୱାୟନାଡ ଆସନରୁ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧି ଆଗୁଆ ।

ଲକ୍ଷ୍ନୌରେ ରାଜନାଥ ସିଂ ଆଗୁଆ ରହିଥିବା ବେଳେ ନାଗପୁରରେ ନୀତିନ ଗଡକାରୀ ଆଗୁଆ ରହିଛନ୍ତି।

Leave a comment