ଅଣ୍ଡରଓ୍ବାର୍ଲଡ୍ ଲିଙ୍କ୍ ଅଭିଯୋଗ: ନଓ୍ବାବ୍ ମଲ୍ଲିକଙ୍କୁ ଘରୁ ଉଠାଇ ନେଲା ED

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ଏନ୍ସିପି ନେତା ନଓ୍ବାବ୍ ମଲ୍ଲିକଙ୍କୁ ଘରୁ ଉଠାଇ ନେଲା ଇଡି । ଅଣ୍ଡରଓ୍ବାଲର୍ଡ ଲିଙ୍କ୍ ଅଭିଯୋଗରେ ଇଡି ତାଙ୍କୁ ପଚରା ଉଚରା କରୁଛି । ତେବେ ନଓ୍ବାବ୍ ମଲ୍ଲିକଙ୍କ ଗିରଫଦାରୀକୁ ନେଇ ସିଧାସଳଖ ବିଜେପିକୁ ଟାର୍ଗେଟ୍ କରିଛନ୍ତି ଏନ୍ସିପି ଏବଂ ଶିବସେନା । ଅନ୍ୟପଟେ ମହାରାଷ୍ଟ୍ର ଏନ୍ସିପି ମୁଖ୍ୟାଳୟ ସାମ୍ନାରେ ନଓ୍ବାବ୍ ମଲ୍ଲିକଙ୍କ ସମର୍ଥନମାନେ ଏକାଠି ହୋଇ ବିଭିନ୍ନ ନାରାବାଜି ଦେଉଥିବା ଦେଖିବାକୁ ମିଳିଛି । ଶିବସେନା ଏବଂ ଏନ୍ସିପି ନେତାମାନେ ବିଜେପି ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି । ଅଣ୍ଡରଓ୍ବାଲର୍ଡ ସହ ଲିଙ୍କ ଏକ ପ୍ରପର୍ଟି ମାମଲାରେ ପଚରା ଉଚରା ପାଇଁ ନଓ୍ବାବ୍ଙ୍କୁ, ପ୍ରବର୍ତ୍ତନ ନିର୍ଦେଶାଳୟ ଉଠାଇନେଇଥିବା ଜଣାପଡିଛି।