ରାଜନୀତିରେ ନବୀନଙ୍କ ୨୫ ବର୍ଷ ପୂରଣ

0

ଭୁବନେଶ୍ଵର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା ନବୀନ ପଟ୍ଟନାୟକ ଜୀବନର ୨୫ ବର୍ଷ ପୁରା କରିଛନ୍ତି। ରାଜନୀତିରେ ନବୀନ ଥିବା ନବୀନ ଏବେ ପୋଖତ। ପିତା ତଥା ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଅପ୍ରତ୍ୟାଶିତ ଭାବେ ରାଜନୀତିକୁ ପ୍ରବେଶ କରିଥିଲେ ନବୀନ। ୧୯୯୭ ଜୁନ ୧ରେ ଆସ୍କା ଲୋକସଭାରୁ ବିଜୟୀ ହୋଇ ସାଂସଦ ହୋଇଥିଲେ ନବୀନ। ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ନବୀନ। ଏହା ପରେ ଆଉ ପଛକୁ ଫେରି ଚାହିଁନାହାନ୍ତି।

ହେଲେ ରାଜନୀତିକୁ ପ୍ରବେଶ କରବାଠୁ ନବୀନଙ୍କ ଠାରୁ କ୍ଷମତା ଦୁରେଇ ପାରିନାହିଁ। ଓଡିଶା ରାଜନୀତିରେ ନବୀନ ୨୫ ବର୍ଷ ପୁରା କରିଛନ୍ତି। ଲୋକଙ୍କ ସେବାରେ ୨୫ ବର୍ଷ ଧରି ଥିବାରୁ ରାଜ୍ୟବାସୀ ତାଙ୍କ ଉପରେ ଆଶୀର୍ବାଦ ଢାଳି ଚାଲିଛନ୍ତି। ନବୀନ ଏ ପରି ଏକ ନେତା ଯିଏ ରାଜନୀତିରେ ପାଦ ଥାପିବା ପରେ କେବେ ଦେଖିନାହାନ୍ତି ପରାଜୟ। ୨୫ ବର୍ଷ ପୂର୍ବେ ଆଜିର ଦିନରେ ପ୍ରଥମଥର ସାଂସଦ ହୋଇଥିବା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମ ପାଳିର ତୃତୀୟ ବର୍ଷ ପୁରା କରିଛନ୍ତି। କହିବାକୁ ଗଲେ ବର୍ତ୍ତମାନ ସେ ରାଜ୍ୟରେ ଏକମାତ୍ର ଅପ୍ରତିଦ୍ବନ୍ଦି ଅପରାଜେୟ ନେତା।

Leave a comment