ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ନବୀନ ଦେଲେ ସମ୍ମାନ, ଏକାଠି ବସି ଦେଖିଲେ ହକି
ଓଡ଼ିଶା ଫାଷ୍ଟ (ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଥିଲା ହକି ପୁରୁଷ ବିଶ୍ଵକପର କ୍ୱାର୍ଟର ଫାଇନାଲ୍ ମ୍ୟାଚ । ଇଣ୍ଡିଆ ମ୍ୟାଚ ଥିବାରୁ ଷ୍ଟାଡିୟମରେ ହକି ପ୍ରେମୀ ବେଶ ଉତ୍ସାହିତ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ମ୍ୟାଚ ଖୁବ ଉପଭୋଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ମଧ୍ୟ ଏଠାରେ ବସି ମ୍ୟାଚ ଦେଖିଥିଲେ । ମ୍ୟାଚ ଚାଲିଥିବା ବେଳେ ମଝିରେ ମଝିରେ ନବୀନ ସେମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ । ମ୍ୟାଚ୍ ସରିବା ପରେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମୁହଁରେ ଏକ ସକରାତ୍ମକ ପରିବର୍ତ୍ତନ ନଜର ଆସିଥିଲା । ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସି ଖେଳ ଦେଖିବା ସହ ସମାଜରେ ମିଳୁଥିବା ସମ୍ମାନ ପାଇ ସେମାନେ ଖୁବ୍ ଖୁସି ଅନୁଭବ କରିଥିଲେ । ତେବେ ଏସଵୁ ଯୋଗୁଁ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇଛନ୍ତି ବୋଲି ଅନୁଭବ କରୁଥିବା ନିଜ ପ୍ରତିକ୍ରିୟାରେ କହିଥିଲେ ।
ସେପଟେ କ୍ୱାର୍ଟର ଫାଇନାଲରେ ଶକ୍ତିଶାଳୀ ନେଦରଲ୍ୟାଣ୍ଡସ୍ଠାରୁ ୨-୧ରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି ଭାରତ । ଏହାଫଳରେ ଦୀର୍ଘ ୪୩ ବର୍ଷ ପରେ ହକି ବିଶ୍ୱକପ୍ ଜିତିବା ଲକ୍ଷ୍ୟ ନେଇ କଳିଙ୍ଗ ଷ୍ଟାଡିୟମକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆର ସ୍ୱପ୍ନ ଅଧୁରା ରହିଛି ।