୧୬ ଦେଶର ହକି ଅଧିନାୟକଙ୍କ ସହ ମନ୍ଦିର ବୁଲିଲେ ନବୀନ

0




ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲି ହକି ପୁରୁଷ ବିଶ୍ୱକପର ଉଦଘାଟନୀ ଉତ୍ସବ କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଖୁବ ଅଳ୍ପ ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ବିରାଟ ଆୟୋଜନ ଭୁବନେଶ୍ୱରକୁ ଏକ ନୂତନ ରୂପ ଦେଇଛି । ତେବେ ମ୍ୟାଚ ଆରମ୍ଭ ହେବ ପୂର୍ବରୁ ଆଜି ୧୬ଟି ଦେଶର ହକି ଟିମ ଅଧିନାୟକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁକ୍ତେଶ୍ୱର ମନ୍ଦିରରେ ଅଧିନାୟକମାନଙ୍କୁ ଭେଟିବା ପରେ ନବୀନ ସେମାନଙ୍କ ସହ ମନ୍ଦିର ବୁଲିଥିଲେ । ଏହାପରେ ଫୋଟୋ ଶୁଟ ପ୍ରୋଗ୍ରାମ ମଧ୍ଯ ହୋଇଥିଲା । ଏନେଇ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

Leave a comment