ଡବଲ ଇଞ୍ଜିନ ଥିବା ରାଜ୍ୟରେ କାହିଁକି ଲାଇନଚ୍ୟୁତ ହେଲା ବିଜେପି: ନବୀନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭଦ୍ରକ ଜିଲା ଗସ୍ତ କରି ଜିଲାର ବିଭିନ୍ନ ସ୍ଥାନରେ ଦଳୀୟ ବିଧାନସଭା ପ୍ରାର୍ଥୀ ଓ ଲୋକ ସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ୪ଟି ଭିନ୍ନ ଭିନ୍ନ ସ୍ଥାନରେ ପହଞ୍ଚି ଲୋକ ସଭା ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ, ବାସୁଦେବପୁର ବିଧାନସଭା ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ, ଧାମନଗର ବିଧାନସଭା ପ୍ରାର୍ଥୀ ରାଜେନ୍ଦ୍ର ଦାସ, ଭଣ୍ଡାରିପୋଖରୀ ବିଧାନସଭା ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାନସଭା ପ୍ରାର୍ଥୀ ସଞ୍ଜୀବ ମଲ୍ଲିକଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ପ୍ରଥମେ ବାସୁଦେବପୁର ଏବି କଲେଜ ପଡିଆଠାରେ ହେଲିକେପ୍ଟରରୁ ଓହ୍ଲାଇ ନିକଟସ୍ଥ ଯାଦବ ପଡିଆଠାରେ ଏକ ନିର୍ବାଚନ ସଭାରେ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ଡବଲ ଇଞ୍ଜିନ ସରକାର ଗଠନ ପ୍ରସଙ୍ଗ ଉଠାଇ କହିଥିଲେ, ରାଜ୍ୟରେ ଡବଲ ଇଂଜିନର ନାରା ଦେଉଥିବା ବିଜେପି ସରକାର ଦେଶରେ ବିମୁଦ୍ରୀକରଣ କରାଇବା ପରେ ଗରିବ ଆହୁରୀ ଗରିବ ହୋଇଛି, ଧନୀ ଆହୁରୀ ଧନୀ ହୋଇଯାଇଛି । ୫ବର୍ଷ ମଧ୍ୟରେ ଚାଷୀଙ୍କ ପାଇଁ ବିଜେପି ସରକାର କିଛି କରିନାହିଁ । ତେବେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନକୁ ନେଇ ବିଜେପିକୁ କଟାକ୍ଷ କରିଥିଲେ ନବୀନ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ପଞ୍ଜାବ ସବୁଠାରେ ଡବଲ ଇଞ୍ଜିନ ସରକାର ଥିବା ବେଳେ ଏଥର ନିର୍ବାଚନରେ କ’ଣ ପାଇଁ ବିଜେପି କାହିଁକି ଲାଇନ ଚ୍ୟୁତ ହେଲା ବୋଲି ନବୀନ ପ୍ରଶ୍ନ କରିଥିଲେ ।

ଏହାପରେ ମୁଖ୍ୟମନ୍ତ୍ରୀ ଯାଜପୁର ଜିଲା କୋରେଇ ଠାରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।

Leave a comment