ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନରେ ଶପଥ ନେଲେ ନବୀନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଗୁରୁବାର ଆରମ୍ଭ ହୋଇଛି । ଏଥିରେ ନବ ନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରୁଛନ୍ତି । କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ ବିଧାୟକମାନଙ୍କୁ ଶପଥ ପାଠ କରାଇଛନ୍ତି । ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିଛନ୍ତି । ଏହା ପରେ ଜଣଙ୍କ ପରେ ଜଣେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେବେ । ଆସନ୍ତାକାଲି ସକାଳ ୧୦ଟାରୁ ୫ଟା ଯାଏ ବିଧାନସଭା ଗୃହରେ ଦୁଇଦିନ ଧରି ଏହି ପ୍ରକ୍ରିୟା ଜାରି ରହିବ ।
ସୂଚନା ଅନୁଯାୟୀ, ଆସନ୍ତା ଜୁନ ୧ରେ ବାଚସ୍ପତି ନିର୍ବାଚନ ହେବ । ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯିବ ବୋଲି ସ୍ଥିର କରାଯାଇଛି । ତେବେ ଜୁନ ୧ତାରିଖ ପର୍ଯ୍ୟନ୍ତ ଅମର କାମଚଳା ବାଚସ୍ପତି ଭାବେ କାମ ଚଳାଇବେ । ଗତକାଲି ପଞ୍ଚମ ଥର ପାଇଁ ମୂଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।