ବବି ଙ୍କ ଖେଳ ଖତମ କରିଦେଲେ ନବୀନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଣ୍ଡିଆନଙ୍କୁ ବିରୋଧ ପଛର ମୁଖ୍ୟ ନାୟକ ବବି । ଫସର ଫାଟିଗଲା ବବିଙ୍କ ସବୁ ପ୍ଲାନ । ନବୀନଙ୍କ ମନ୍ତବ୍ୟ ସବୁ ବିଗାଡ଼ି ଦେଲା । ହେଉଥିଲେ ଏ ଘର ମାଉସୀ ସେ ଘର ପିଉସୀ । ହେଲେ ଖେଳ ଖତମ କରିଦେଲେ ନବୀନ ।
୨୦୨୪ ନିର୍ବାଚନ ହାରିବା ପରେ ସମଗ୍ର ବିଜେଡି କର୍ମୀ ସହ ଅନେକ ବରିଷ୍ଠ ଓ କନିଷ୍ଠ ନେତା ଏହା ପାଇଁ ଖୋଲାଖୋଲି ପାଣ୍ଡିଆନ ଙ୍କୁ ଦାୟୀ କରିଥିଲେ । ବିଜେଡି ରେ ଯେତେବେଳେ ପାଣ୍ଡିଆନ ଙ୍କୁ ନିର୍ବାଚନ ବିପର୍ଯ୍ୟୟ ପାଇଁ ଦାୟୀ କରି ବିରୋଧ ଆରମ୍ଭ ହେଲା ବବି ବାବୁ ଚୁପଚାପ ଖସି ଲୁଚି ରହିଥିଲେ । ପାଣ୍ଡିଆନ ଙ୍କ ପରେ ବିଜେଡି ରେ ସବୁଠାରୁ ଅଧିକ ପାୱାର ବବି ଦାସ ଙ୍କର ଥିଲା । ଅନେକ ତାଙ୍କୁ Deputy CM ର ଆଖ୍ୟା ଦେଇଥିଲେ । ସେ ସମୟରେ ନିଜକୁ ପାଣ୍ଡିଆନଙ୍କ କ୍ରୀତଦାସ ବୋଲି କହି ଲୋକହସା ବି ହୋଇଥିଲେ । ବିଜେଡି ସରକାର ଗଲାପରେ ସେ ଭଲଭାବରେ ଜାଣିଥିଲେ ଯୁବକର୍ମୀ ତାଙ୍କୁ ସାମ୍ନା ରେ ପାଇଲେ ଉତ୍ତମ-ମଧ୍ୟମ ମିଳିବ । ତେଣୁ ପୁରା ଗୟାବ ହୋଇଯାଇଥିଲେ । ଶାସନ ଚ୍ୟୁତ ହେବାର ୧୦ ମାସ ପରେ ଅନ୍ତର୍ଦ୍ଧାନ ହୋଇଥିବା ବବି ହଠାତ ଚଳ ଚଞ୍ଚଳ ହୋଇଉଠିଛନ୍ତି । ବର୍ତ୍ତମାନ ପାଣ୍ଡିଆନ ବିରୁଦ୍ଧରେ ଦଳରେ କୁହୁଳୁ ଥିବା ନିଆଁ ଉପରେ ଏକ ସାଙ୍ଗରେ ଘିଅ ଢାଳିବା ସହ ପୋଡା ଜାଗାରେ ମଲମ ଲଗାଇବାକୁ କରୁଥିଲେ ପ୍ଲାନ । ପାଣ୍ଡିଆନ ପନ୍ଥି ଦେବୀ ମିଶ୍ର, ପ୍ରତାପ ଦେବ ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା ପରି ଅନେକ ବରିଷ୍ଠ ନେତାଙ୍କୁ ୱା-ୱାହି କରି ସବାସୀ ଦେଉଥିବା ବେଳେ ପାଣ୍ଡିଆନ ବିରୋଧୀ ଦେବାଶିଷ ସାମନ୍ତରାୟ, ଯୁବ ବିଧାୟକ ଓ କନିଷ୍ଠ ନେତାଙ୍କୁ ପଣ୍ଡିଆନ ଙ୍କ ବିରୋଧ ରେ ଉସୁକାଉ ଥିଲେ । ତାଙ୍କ ମେଳି ର ମଜା ଉଠାଉଥିଲେ । ହେଲେ ନବୀନ ଗଣମାଧ୍ୟମ ଆଗରେ ପାଣ୍ଡିଆନ ଙ୍କୁ ତାରିଫ କରିବା ଏବଂ ଦଳର ଅନ୍ୟ ନେତାଙ୍କୁ ନାଲି ଆଖି ଦେଖାଇବା ବବିଙ୍କ ପ୍ଲାନ କୁ ଫେଲ କରିଦେଇଛି ।
ସୂଚନା ମୁତାବକ ୱକଫ୍ ସଂଶୋଧନ ବିଲ୍ କୁ ବିରୋଧ କରାଯିବ ବୋଲି ନବୀନ ବାବୁ ପ୍ରଥମରୁ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ହେଲେ ଭୋଟିଂ ପୂର୍ବରୁ ଖେଳ ଓଲଟି ଗଲା । କାହା ନିର୍ଦ୍ଦେଶ ରେ ରାଜ୍ୟସଭା ନେତା ସସ୍ମିତ୍ ପାତ୍ର ବିବେକାନୁମୋଦିତ ଭୋଟ ପାଇଁ ଦଳୀୟ ନିଷ୍ପତ୍ତି ଜଣାଇବା ପରଠୁ ଦଳରେ ଭୂକମ୍ପ ସୃଷ୍ଟି ହୋଇଥିଲା । ପାଣ୍ଡିଆନଙ୍କୁ ଦାୟୀ କରି ଅନେକ ବିଜେଡି ନେତା ଅସନ୍ତୋଷ ଝାଡୁଛନ୍ତି ।
ଏବେ ଦଳୀୟ କନ୍ଦଳ ବିଦ୍ରୋହର ରୂପ ନେଉଥିବା ଜାଣି ନବୀନ ବାବୁ ଦଳ ର ନେତା ମାନଙ୍କୁ ନାଲି ଆଖି ଦେଖାଇ ବିରୋଧୀ ଙ୍କୁ ଚୁପ୍ କରିବାକୁ ଉଦ୍ୟମ କରିଛନ୍ତି । ଫଳରେ ବବି ବାବୁ ଯେଉଁ ଆଶା କରିଥିଲେ ଯେ ଗୁଣିଆ ହୋଇ ଭୂତ ଝାଡିବେ ଏବଂ ନବୀନ ଙ୍କ ଆଗରେ ନିଜର ସତିତ୍ୱ ପ୍ରମାଣ କରିବେ । ତାହା ଆଶା ରେ ରହିଗଲା ।
ଅପରପକ୍ଷରେ ସୂର୍ଯ୍ୟନଗରସ୍ଥିତ ଅଂଶୁମାନ ମହାନ୍ତିଙ୍କ ଘରେ “ପୁଅ ମାନଙ୍କ ମେଳି’ ପଛରେ ତାଙ୍କର କୁଆଡ଼େ ପ୍ରମୁଖ ଭୂମିକା ଥିଲା ବୋଲି ଚର୍ଚ୍ଚା ହେଉଛି । ସେହିଭଳି ପଟିଆସ୍ଥିତ କ୍ରିଷ୍ଟାଲ୍ କ୍ରାଉନ୍ ହୋଟେଲରେ ପାଣ୍ଡିଆନ ବିରୋଧୀ ମେଳିକୁ ନେଇ ସେ ଅଧିକ ଉତ୍ସାହିତ ଥିଲେ ବୋଲି କୁହାଯାଉଛି । ଗୋଟେ ପଟେ ପାଣ୍ଡିଆନ୍ ବଞ୍ଚାଓ, ଦେବାଶିଷ ଏବଂ ପ୍ରଭାତ ହଟାଓ କାର୍ଯ୍ୟକ୍ରମର ସେ ସୂତ୍ରଧର ବୋଲି ଚର୍ଚ୍ଚା ହେଉଛି । ନିଜେ ସାମ୍ନା କୁ ନଆସି ନବୀନ ନିବାସ ସହ ନିରନ୍ତର ଯୋଗସୂତ୍ରରେ ରହି ପାଣ୍ଡିଆନ ହଟାଅ ଅଭିଯାନ ଚଳାଇଥିବା ଚର୍ଚ୍ଚା ହେଉଛି ।
ସେହିପରି ଆଉ ଗୋଟିଏ କଥା ହେଲା ଜିଲ୍ଲା ଗୁଡିକରେ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହେଲାଣି ପ୍ରାୟ ୧୮ ଟି ଜିଲ୍ଲା ର ବିଜେଡି ସଭାପତି ଙ୍କ ନା’ ଘୋଷଣା ସରିଲାଣି । ହେଲେ ବବି ବାବୁ ଖଣି ଅଞ୍ଚଳ ରେ ନିଜ ଆନୁଗତ୍ୟ ଙ୍କୁ ସଭାପତି ଚୟନ କରିବାକୁ ଚାପ ପକାଉଥିବା ଶୁଣିବାକୁ ମିଳୁଛି । ଫଳରେ ସେ ସୁପ୍ତ ଅବସ୍ଥା ରୁ ଜାଗ୍ରତ ହୋଇଉଠିଛନ୍ତି । ସେ ଭାବୁଛନ୍ତି ଦଳ ଶାସନ ରେ ରହୁ କି ନ-ରହୁ, ନବୀନ-ପାଣ୍ଡିଆନ ଙ୍କୁ ନେଇ ବିଜେଡି ରେ ଯାହା ଚାଲୁଛି ଚାଲୁ ମୋର ବେପାର ଗାଡି ଆନୁଗତ୍ୟ ଙ୍କ ସହାରା ରେ ଗଡି ଚାଲିଥାଉ ବୋଲି ଅନେକ ବିଜେଡି କର୍ମୀ କହିବୁଲୁଛନ୍ତି ।