ଏକାଠି ଖାଇବେ ନବୀନ- ଶାହା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଜି ମଧ୍ୟାହ୍ଣ ଭୋଜନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଜି ଶାହଙ୍କ ସହ ମଧ୍ୟାହ୍ଣ ଭୋଜନରେ ୧୧ ଜଣ ଖାସ୍ ଅତିଥି ସାମିଲ ହେବେ। ନୀତୀଶ କୁମାର, ମମତା ବାନାର୍ଜୀ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ଖାସ୍ ଅତିଥିଙ୍କ ପାଇଁ ହୋଟେଲ ମେ ଫେୟାରରୁ ସ୍ଵତନ୍ତ୍ର ଖାଦ୍ୟ ଆସିଛି। ମେନ୍ୟୁରେ ୫୦ ପ୍ରକାରର ଖାଦ୍ୟ ରଖାଯାଇଛି।

ମେନ୍ୟୁ-
ଉଭୟ ଶାକାହାରୀ ଓ ଆମିଷ ଖାଉଥିବା ଅତିଥିଙ୍କ ପାଇଁ ସାଦା ଓ ଆମିଷ ବ୍ୟଞ୍ଜନ ବ୍ୟବସ୍ଥା କରାଯାଇଛି। ଚିକେନ୍, ମଟନ, ଚିଙ୍ଗୁଡ଼ି ସହ ରହିଛି ପ୍ରାୟ ୫୦ ପ୍ରକାରର ଖାଦ୍ୟ। ପ୍ଲେନ୍ ରାଇସ୍, ଫ୍ରାଏଡ଼୍ ରାଇସ୍ ସହ କିଛି ସୁଦ୍ଧ ଓଡ଼ିଆ ଖାଦ୍ୟ ରଖାଯାଇଛି । ରସଗୋଲା, ଚାଉଳ କ୍ଷୀରି, ହାକା ନୁଡ଼ୁଲସ୍, ବାଇଗଣ ଭଜା, ଆଳୁ ମଟର ମସଲା, ଗୁଛି ପନୀର, ଡ଼ାଲି, ଟମାଟ ଚଟଣୀ, ପାମ୍ପଡ, ରୁଟି, ବୁନ୍ଦି ରଇତା, ବେସର ମାଛ ତରକାରୀ, ଛେନାପୋଡ଼, ରସମଲାଇ ରହିଛି।

Leave a comment