ଆସନ୍ତାକାଲି ବନ୍ଦ ପାଳନକୁ ସମର୍ଥନ ଦେବନି ବିଜେଡି ! ମୁଖ୍ୟମନ୍ତ୍ରୀ ଯିବେ ବାରିପଦା

0

ଓଡିଶା ଫାଷ୍ଟ ( ବ୍ୟୁରୋ ) : ଆସନ୍ତାକାଲି ଦେଶର ଶ୍ରମିକ ସଂଗଠନଗୁଡ଼ିକ ଡାକରା ଦେଇଥିବା 24 ଘଣ୍ଟିଆ ଭା‌ରତ ବନ୍ଦକୁ ବିଜେଡି ସମର୍ଥନ କରିବ ନାହିଁ ବୋଲି ପରୋକ୍ଷରେ ସୂଚନା ମିଳିଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଲି ବାରିପଦାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଲାଗି ନିର୍ମିତ ଏକ ଆବାସିକ ବିଦ୍ୟାଳୟର ଲୋକାର୍ପଣରେ ଯୋଗଦେବେ ବୋଲି କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଆଦାନୀ ଫାଉଣ୍ଡେସନର ଆର୍ଥିକ ସହାୟତା ଓ କିସ୍ ସହଭାଗିତାରେ ଏହି ବିଦ୍ୟାଳୟ ନିର୍ମିତ ହୋଇଛି। ଏଥିରେ 1500 ଛାତ୍ରଛାତ୍ରୀ ରହି ପାଠପଢ଼ିବାର ସୁବିଧା ରହିଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ବିେଜଡି ନେତା ଓ କର୍ମୀଙ୍କ ଭିତରେ ଉତ୍ସାହ ଦେଖାଯାଇଛି। ଏହା ସ୍ପଷ୍ଟ ସୂଚନା ଦେଉଛି କି ବିଜୁ ଜନତା ଦଳ ଭାରତ ବନ୍ଦଠାରୁ ନିଜକୁ ଦୂରେଇ ରହିବ ।

Leave a comment