ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ : ନବୀନ ପଟ୍ଟନାୟକ ସବୁଠୁ ଧନୀ, ତୁଷାରକାନ୍ତି ଗିରବ ମନ୍ତ୍ରୀ

0

ଓଡିଶା ଫାଷ୍ଟ( ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ 2018-19 ଆର୍ଥିକ ବର୍ଷର ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ତାଲିକା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସବୁଠୁ ଧନୀ ମନ୍ତ୍ରୀ। ସେହିପରି କ୍ରୀଡ଼ା ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ରାଜ୍ୟର ସବୁଠାରୁ ଗରିବ ମନ୍ତ୍ରୀ। 2018 ମାର୍ଚ୍ଚ ଶେଷ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ପରିମାଣ 49.24କୋଟି ଟଙ୍କା ଥିବାବେଳେ 2019 ମାର୍ଚ୍ଚ ଶେଷ ସୁଦ୍ଧା ତାହା 63.64 କୋଟି ଟଙ୍କାରେ ପହଞ୍ଚିଛି। ସମ୍ପତ୍ତି ମଧ୍ୟରେ ନବୀନଙ୍କର 2 ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଥିବା ଦର୍ଶାଯାଇଛି। 1980 ମସିହାର ଏକ ଆମ୍ବାସାଡର ରହିଛି। 40 ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରହିଛି। ଭଉଣୀ ଗୀତା ମେହେଟ୍ଟାଙ୍କଠାରୁ ଧାର ସୂତ୍ରରେ ଆଣିଥିବା 15ଲକ୍ଷ ଟଙ୍କାକୁ ସେ ଏଯାଏ ପରିଶୋଧ କରି ନ ଥିବା କୁହାଯାଇଛି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ତାଙ୍କ ପତ୍ନୀ ଓ ଝିଅଙ୍କ ନାଁରେ ପ୍ରାୟ 10 କୋଟି ଟଙ୍କାର ସମ୍ପତ୍ତି ରହିଛି ବୋଲି ଦର୍ଶାଯାଇଛି। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ପାଖରେ 26 ଲକ୍ଷ ଟଙ୍କାର ସମ୍ପତ୍ତି ଥିବା କୁହାଯାଇଛି। ସମ୍ପତ୍ତି ମଧ୍ୟରେ ଭୁବନେଶ୍ଵରରେ ଏକ ଜାଗା, 5 ଟଙ୍କା ଟଙ୍କାର ଏକ କାର ଥିବା ଦର୍ଶାଯାଇଛି। ଅନ୍ୟପଟେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ତାଙ୍କ ପତ୍ନୀ ଓ ପୁଅଝିଅଙ୍କ ନିକଟରେ ମୋଟ 32 ଲକ୍ଷ ଟଙ୍କା ନଗଦ ଥିବା ବେଳେ 1 କୋଟିର ବ୍ୟାଙ୍କ ଡିପୋଜିଟ୍‌ ଏବଂ 2 କୋଟିରୁ ଅଧିକ ଟଙ୍କାର ସ୍ଥାୟୀ ଜମା ରହିଛି। ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ମୋଟ ସମ୍ପତ୍ତି 42 ଲକ୍ଷ ଟଙ୍କା ଦର୍ଶାଯାଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କର ସମ୍ପତ୍ତି ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି କୁହାଯାଇଛି। ଟୁକୁନିଙ୍କର ଭୁବନେଶ୍ଵରରେ 2 ଟି ଆପାର୍ଟମେଣ୍ଟ, 4 ଟି କାର୍‌, ଟିଟିଲାଗଡ଼ରେ 2 ମହଲା କୋଠା, 6 ଏକର ଜମି ଏବଂ 250 ଗ୍ରାମ ସୁନା ଅଳଙ୍କାର ଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

Leave a comment