ବିଜେଡି ଭାଙ୍ଗିବ ବୋଲି ନିର୍ବାଚନ ପୂର୍ବରୁ ଜାଣିଥିଲେ ନବୀନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡି ଭାଙ୍ଗିବ ବୋଲି ନିର୍ବାଚନ ପୂର୍ବରୁ ଜାଣିଥିଲେ ନବୀନ । ମିଳିଥିଲା ଲିଖିତ ଚିଠି । ହେଲେ ଗୁରୁତ୍ୱ ଦେଲେନି ନବୀନ। ସବୁ ଜାଣି ଅଜଣା ପରି ନାଟକ କରୁଥିଲେ ନବୀନ ।
ହଁ ଆଜ୍ଞା ନବୀନ ପଟ୍ଟନାୟକ ଜାଣିଶୁଣି ବିଜେଡି କୁ ଭାଙ୍ଗିଦେଲେ । ଏହା ଆମେ କହୁନାହୁଁ ଏହା କହୁଛି ପୂର୍ବତନ ବିଧାୟକ ସ୍ବର୍ଗତ ଉତ୍କଳ କେଶରୀ ପରିଡ଼ା ଙ୍କ ୨୦୨୪ ନିର୍ବାଚନ ପୂର୍ବରୁ ନବୀନ ଙ୍କୁ ଲେଖିଥିବା ଚିଠି । ଆଜି ବିଜେଡି ରେ ଯେଉଁ ପରିସ୍ଥିତି ଉପୁଜିଛି ତାର ପୂର୍ବ ଆଭାସ ପାଇଥିଲେ ଉତ୍କଳ । କେନ୍ଦ୍ରାପଡା ବିଜେଡି ପୂର୍ବତନ ସଭାପତି ଶଯ୍ୟାଶାୟୀ ଥିବାବେଳେ ତାଙ୍କୁ ରାଜନୈତିକ ଚକ୍ରାନ୍ତ କରି ସଭାପତି ପଦରୁ ହଟାଇ ଦିଆଯାଇଥିଲା । ଏହାପରେ ସେ ଅତ୍ୟନ୍ତ ଭାଙ୍ଗିପଡିଥିଲେ । ସେ ଭାବ ବିହ୍ଵଳିତ ହୋଇ ଦେଢ଼ ପୃଷ୍ଠା ର ଚିଠି ନବୀନ ବାବୁ ଙ୍କ ପାଖକୁ ଲେଖିଥିଲେ ।
ଏହି ଚିଠି ରେ ଉତ୍କଳ କେନ୍ଦ୍ରାପଡା ରେ ଅତନୁ ସବ୍ୟସାଚୀ, ବିଜୟ ମହାପାତ୍ର ଭିତିରି ହାତ ମିଳାଇ ଷଡଯନ୍ତ୍ର କରିବା ଆଭାସ ଦେଇଥିଲେ । ଉତ୍କଳ ଲେଖିଥିଲେ, ଆପଣଙ୍କର ଜଣେ ଶୁଭ ଚିନ୍ତକ ଭାବରେ ଆପଣଙ୍କ ଦଳ ପ୍ରତି ଆସୁଥିବା ଏକ ଷଡଯନ୍ତ୍ରର ଗନ୍ଧ ମୁଁ ବାରି ପାରୁଛି। ସେ ସମ୍ପର୍କରେ ମୁଁ ଆପଣଙ୍କୁ ଅବଗତ କରିବା ଉଚିତ ।
ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ନିଜ ନିର୍ବାଚନମଣ୍ଡଳୀରେ ଲୋକପ୍ରିୟତା ହରାଇ ସାରିଛନ୍ତି। ତେଣୁ ନିଜ ବିଜୟ ସୁନିଶ୍ଚିତ କରିବା ପାଇଁ ଆପଣଙ୍କ ଚିର ରାଜନୈତିକ ଶତ୍ରୁ ବିଜୟ ମହାପାତ୍ରଙ୍କ ପୁତ୍ରକୁ ବିଜେଡିରେ ମିଶାଇବାକୁ ଚାହୁଁଛନ୍ତି। ଏହା ଦ୍ୱାରା ତାଙ୍କ ବିରୋଧରେ ଥିବା ମତକୁ ରୋକି ହେବ ଏବଂ ସେ ପୁର୍ନବାର ବିଧାନସଭାକୁ ଯାଇପାରିବେ। ହେଲେ ବିଜୟ କିମ୍ବା ତାଙ୍କ ପରିବାରର ଯୋଗଦାନ ଏକ ଷଡଯନ୍ତ୍ରର ଆଭାସ ମାତ୍ର। ମୋ ଅଭିଜ୍ଞତା ଏବଂ ଥିବା ସୂଚନା ଅନୁଯାୟୀ ବିଜୟ ପ୍ରତ୍ୟକ୍ଷ ତଥା ପରୋକ୍ଷ ବିଜେଡିର ପ୍ରବେଶ ଦଳରେ କର୍ତ୍ତୃତ୍ୱକୁ ମଜଭୁତ୍ କରିବ। ସାଧାରଣ ନିର୍ବାଚନ ପରେ ବିଜୁ ଜନତା ଦଳ ବିଭାଜନର ପ୍ରକ୍ରିୟା ଆରମ୍ଭ ହେବ। ଏହି କାର୍ଯ୍ୟ କରିବାରେ କେବଳ ବିଜୟ ନୁହଁନ୍ତି, କେନ୍ଦ୍ରାପଡ଼ାର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ ଗଣମାଧ୍ୟମ ବ୍ୟକ୍ତିତ୍ୱ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଚ୍ଛନ୍ନ ସହଯୋଗ ରହିଛି। ତେଣୁ ଆପଣଙ୍କ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆଉ ଥରେ ପୁର୍ନବିଚାର କରିବେ ବୋଲି ମୋର ଆଶା ବୋଲି ଉତ୍କଳ ନବୀନ ଙ୍କୁ ଚେତାବନୀ ଦେଇଥିଲେ ।
ବର୍ତ୍ତମାନ ୱାକଫ ବିଲ କୁ ନେଇ ବିଜେଡି ମଧ୍ୟରେ ଯେଉଁ ବିଭାଜନ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଉତ୍କଳ ଙ୍କ ଚେତାବନୀ କୁ ମନେପକାଇ ଦେଉଛି । ସେହିପରି ନିର୍ବାଚନ ରେ ବିଜେଡି ଗାଦି ଚ୍ୟୁତ ହେବାପରେ ବିଜେଡି ପ୍ରତିଷ୍ଠାତା ଙ୍କ ପୁତ୍ର ମାନେ ଏକତ୍ରିତ ହୋଇ ଗୁପ୍ତ ବୈଠକ କରିଥଲେ । ଏହି ବୈଠକରେ ଦାମୋଦର ରାଉତ, କଳ୍ପତରୁ ଦାସ , ନଳିନୀ ମହାନ୍ତି ଙ୍କ ପୁତ୍ର ଅନ୍ୟତମ ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ନବୀନ ବାବୁ ସବୁ ଜାଣି ଚୁପ ରହିଥିଲେ କାହିଁକି ? ସେ କଣ ଚାହୁଁଥିଲେ ୨୪ ବର୍ଷ ର ବିଜେଡି ଦଳ ଖଣ୍ଡ ବିଖଣ୍ଡିତ ହୋଇଯାଉ ? ବିଜୟ ଙ୍କ ପୁଅ କୁ କେଉଁ ସ୍ୱାର୍ଥ ପାଇଁ ବିଜେଡି ରେ ମିଶ୍ରଣ କରାଗଲା ଯେତେବେଳେ କି ବିଜୟଙ୍କୁ ନବୀନ ନିଜ ପରମ ଶତ୍ରୁ ଭାବୁଥିଲେ ? ଏଭଳି ଅନେକ ପ୍ରଶ୍ନ ଉତ୍କଳ ଙ୍କ ନବୀନ ଙ୍କୁ ଲେଖାଯାଇଥିବା ଚିଠି ଗୁମର ଫିଟିଲା ପରେ ସାଧାରଣ ରେ ଚର୍ଚ୍ଚା ହେଉଛି ।