କୋଇଲା ଅଭାବ ନେଇ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଜିନ୍ଦଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜେଏସ୍‌ପିଏଲ୍ ମୁଖ୍ୟ ନବୀନ ଜିନ୍ଦଲ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ କୋଇଲାର ଅଭାବ ଓ ଲୁହା ପଥର ମୂଲ୍ୟ ଦୁଇ ଗୁଣା ବଢ଼ିଯିବାକୁ ନେଇ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଭେଟି ଆଲୋଚନା କରିଛନ୍ତି ।

ନବୀନ କହିଛନ୍ତି, ଗତ ତିନିବର୍ଷ ମଧ୍ୟରେ ଲୁହାପଥର ଦର ଦୁଇଗୁଣ ବଢିବା ସହ କୋଇଲର ଅଭାବ କାରଖାନା ଚଳାଇବାରେ ବଧାସୃଷ୍ଟି କରୁଛି । “ଏସବୁ ସତ୍ତ୍ୱେ ଜିନ୍ଦଲ ପକ୍ଷରୁ ଅନୁଗୋଳ ପ୍ଲାଣ୍ଟରେ ଅଧିକରୁ ଅଧିକ ନିବେଶ କରାଯିବ। ଦେଶରେ ଇସ୍ପାତ କ୍ରାନ୍ତି ପାଇଁ କେନ୍ଦ୍ର ସରକାରଙ୍କ ଆହ୍ୱାନରେ ସାମିଲ ହୋଇ ସେ ଓଡ଼ିଶାରୁ ଏହି ସଫଳତା ହାସଲ କରିବେ ।”

ସେ ଆହୁରି କହିଛନ୍ତି, “୨୦୩୦ ସୁଦ୍ଧା ଅନୁଗୋଳ ପ୍ଲାଣ୍ଟରୁ ୨୦ ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଅଧିକ ୫୦ ହଜାର କୋଟି ଟଙ୍କା ବିନିଯୋଗ କରାଯିବ।”

Leave a comment