ଚର୍ଚ୍ଚାରେ ନବୀନ ଓ ଧର୍ମେନ୍ଦ୍ରଙ୍କ ଭାଇରଲ ଫୋଟୋ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଙ୍କ ସମ୍ପର୍କ ସମ୍ୱନ୍ଧରେ କ’ଣ ବା ଅଛୁପା ଅଛି । ନବୀନ ଓ ଧର୍ମେନ୍ଦ୍ର ଉଭୟ ଉଭୟଙ୍କୁ ଅନେକ ସମୟରେ କଟାକ୍ଷ କରୁଥିବା ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଥାଏ । ନିକଟରେ ନିର୍ବାଚନ ଶେଷ ପର୍ଯ୍ୟାୟ ପୂର୍ବରୁ ବିଜେଡି, ବିଜେପି କୁ ଏବଂ ବଜେପି, ବିଜେଡିକୁ ସରକାର ଗଠନର ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ ଦେଇସାରିଲେଣି । ଯାହାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଦିଲ୍ଲୀ ବିମାନବନ୍ଦରରେ ହୋଇଥିବା ସାକ୍ଷାତ ସହ କଥାବାର୍ତ୍ତା ଏବଂ ଗୋଟିଏ ବ୍ୟାଟେରୀ ଚାଳିତ କାରରେ ସାଙ୍ଗ ହୋଇ ଯିବା ଅନେକଙ୍କୁ ଚକିତ କରିଦେଇଛି ।
ଆସନ୍ତା ୧୯ତାରିଖରେ ପାଟକୁରା ନିର୍ବାଚନ । ଆଜି ବେଦପ୍ରକାଶ ଅଗ୍ରୱାଲ ଙ୍କ ପତ୍ନୀ ସାବିତ୍ରୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୂର୍ବରୁ ସମସ୍ତେ ଜାଣନ୍ତି କି ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ଓ ଧର୍ମେନ୍ଦ୍ରଙ୍କ ସମ୍ପର୍କ କିଛି ମଧୁର ନୁହେଁ । ପୂର୍ବରୁ ବିଜୟ ନିଜ ବିଜେପି ଛାଡିବାର କାରଣ ଧର୍ମେନ୍ଦ୍ର ବୋଲି ଦର୍ଶାଇଥିଲେ । ପରେ କନକବର୍ଦ୍ଧନ ସିଂହଦେଓ ଓ ବୈଜୟନ୍ତ ପଣ୍ଡା ବୁଝାସୁଝା କରିବା ପରେ ବିଜେପିକୁ ଫେରିଥିଲେ ବିଜୟ । ମାତ୍ର ଆଜି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସାକ୍ଷାତ, କଥାବାର୍ତ୍ତା ଓ ଗୋଟିଏ ବ୍ୟାଟେରୀ ଚାଳିତ କାରରେ ସାଙ୍ଗ ହୋଇ ଯିବା ରାଜନୈତିକ ବିଶେଷଜ୍ଞ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ପାଟକୁରା ବଜେପି ପ୍ରାର୍ଥୀ ବିଜୟ ଓ ତାଙ୍କ ସମର୍ଥକ ମାନେ ଏହାକୁ ସନ୍ଦେହ ଦୃଷ୍ଟିରେ ଦେଖିବା ସ୍ୱାଭାବିକ କଥା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ସାମୁଦ୍ରିକ ଝଡ଼ ଫୋନି କୁ ଦୃଷ୍ଟିରେ ରଖି ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ନେଇ ନବୀନ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିବାକୁ ଦିଲ୍ଲୀ ଗ୍ରସ୍ତ କରିଥିବା ସୂଚନା ମିଳିଛି ।