ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଜ୍ବରରୁ ସୁସ୍ଥ ହେଲେ ମହାପ୍ରଭୁ । ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଚାଲିଥିଲା ଗୁପ୍ତ ଉପଚାର । ଦତ୍ତମହାପାତ୍ର ଅଣସର ପିଣ୍ଡିରେ ବିଜେ ଶ୍ରୀବିଗ୍ରହଙ୍କ ୩ଟି ପର୍ଯ୍ୟାୟରେ ସେବା କରୁଥିଲେ । ଗତକାଲି ରାତିରେ ଶ୍ରୀଅଙ୍ଗରେ ଖଡି ଲାଗି ନୀତି ଶେଷ ହୋଇଛି ।

ସେହିପରି ଗତକାଲି ବିଳମ୍ବିତ ରାତିରେ ପଟ୍ଟିଦିଅଁ ସନ୍ଧ୍ୟା ଧୂପ ପରେ କସ୍ତୁରୀ, କେସର, ହରତାଳ, ହେଙ୍ଗୁଳ, ଶ୍ରୀଖଣ୍ଡ କଳା, ଧଳା ରଙ୍ଗ ଆଦିରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଙ୍ଗାର କରିଥିଲେ ଦତ୍ତମହାପାତ୍ର ସେବକ । ଶ୍ରୀମୁଖ ସିଂଗାର ପରେ ଚକଅପସର ହୋଇ ପ୍ରଭୁଙ୍କ ମଙ୍ଗଳ ଆଳତିରୁ ନବଯୌବନ ଦର୍ଶନ ନୀତି ଆରମ୍ଭ ହୋଇଛି । ପଟିଦିଅଁଙ୍କ ବାହୁଡ଼ା ବିଜେ ସରି ଅଣସର ତାଟି ଖୋଲାଯାଇ ପ୍ରଭୁଙ୍କ ନବଯୌବନ ଦର୍ଶନ ବିଧି ପରେ ଠାକୁରଙ୍କ ନେତ୍ରୋତ୍ସବ ନୀତି ଅନୁପାଳନ କରାଯିବାକୁ ନୀତି ନିର୍ଘଣ୍ଟ ହୋଇଛି । ଆଜିଠୁ ଅଣସର ପିଣ୍ଡିରେ ମହାପ୍ରଭୁଙ୍କୁ ମହାପ୍ରସାଦ ଲାଗି ହେବ ବୋଲି ସୁପକାର ନିଯୋଗରୁ ସୂଚନା ମିଳିଛି ।

Leave a comment