ବିମଷ୍ଟେକ୍ ରାଷ୍ଟ୍ର ସମୁହର 2 ଦିନିଆ ମକ ଡ୍ରିଲ କାର୍ଯ୍ୟକ୍ରମ
ଓଡିଶା ଫାଷ୍ଟ( ବ୍ୟୁରୋ):ଆଜିଠାରୁ ଓଡ଼ିଶାର ଭୁବନେଶ୍ୱରରେ ଆରମ୍ଭ ହୋଇଛି ବିମଷ୍ଟେକ୍ ରାଷ୍ଟ୍ର ସମୁହର ମକ୍ ଡ୍ରିଲ୍ । ଏହାକୁ ଭୁବନେଶ୍ୱରସ୍ଥିତ ହୋଟେଲ ମେ ଫେୟାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ବିମଷ୍ଟେକ୍ ରାଷ୍ଟ୍ର ସମୁହର ମକ୍ ଡ୍ରିଲ୍ ଏକ୍ସରସାଇଜ୍ରେ ଏକାଠି ହେବେ ଭାରତ ସମେତ ବିମଷ୍ଟେକ୍ ରାଷ୍ଟ୍ର ସମୁହ ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଓ ଭୁଟାନ୍ର ପ୍ରତିନିଧି । ୩ ଦିନ ଧରି ଚାଲିବ ବିପର୍ଯ୍ୟୟ ପରିଚାଳନା ନେଇ ଅଭ୍ୟାସ କାର୍ଯ୍ୟକ୍ରମ । ଚଳିତ ବର୍ଷ ବିମଷ୍ଟେକର ବିଷୟ ବିଶ୍ୱ ଐତିହ୍ୟ ସ୍ଥଳର ସୁରକ୍ଷା କୁ ମୁଖ୍ୟ ବିଷୟ ରଖାଯାଇଛି ।
ଆଜି ଭୁବନେଶ୍ୱରରେ ମେ ଫେୟାର ହୋଟେଲରେ ଏକ ଏକ୍ସରସାଇଜ୍ ହୋଇଛି । ବାକି ଦୁଇ ଦିନ ପୁରୀ ରାମଚଣ୍ଡୀରେ ହେବ ଏକ୍ସରସାଇଜ୍ । ଫନି ବାତ୍ୟାର ଅଭିଜ୍ଞତାକୁ ନେଇ ନ୍ୟାସ୍ନାଲ୍ ଡିଜାଷ୍ଟର ମ୍ୟାନେଜ୍ମେଣ୍ଟ ଅଥରିଟି ପକ୍ଷରୁ ମକ୍ଡ୍ରିଲ କରା ଯାଇଛି । ବିପର୍ଯ୍ୟୟ ସମୟରେ ଐତିହ ସ୍ଥାନ ଗୁଡ଼ିକର କିଭଳ ଅଧିକ ସୁରକ୍ଷା କରାଯାଇ ପାରିବ ସେନେଇ ବିମ୍ଷ୍ଟେକ୍ରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଏନ୍ଡିଆର୍ଏଫ୍ ଡିଜି ।