ବିପଦରେ ଶ୍ରୀମନ୍ଦିରର ନାଟମଣ୍ଡପ ଓ ଜଗମୋହନ

0

ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଶ୍ରୀମନ୍ଦିରର ନାଟମଣ୍ଡପ । ତୁରନ୍ତ ମରାମତି ନହେଲେ ବଡ଼ ଧରଣର କ୍ଷତି ଘଟିବା ସହିତ ଶ୍ରୀମନ୍ଦିର ଉପରେ ପଡ଼ିବାରେ ପ୍ରଭାବ । ଆମିକସ୍କ୍ୟୁରୀଙ୍କ ଷ୍ଟାଟସ ରିପୋର୍ଟରେ ଏଭଳି ତଥ୍ୟ ଦେବା ପରେ ଚର୍ଚ୍ଚା ବଢ଼ିିଛି । ନାଟମଣ୍ଡପ ଉପର ପାର୍ଶ୍ୱରେ ଥିବା ପଥର ମଧ୍ୟରେ ଫାଙ୍କ ରହିଛି । ଜଗମୋହନ ପାଖେ ଥିବା ମୁଖ୍ୟ ବିମଟି ପ୍ରାୟ ନଷ୍ଟ ହୋଇସାରିଛି । ଯାହା ମରାମତି ଆବଶ୍ୟକ ରହିଛି ।

ନଚେତ କେତେବେଳେ ବଡ଼ ଧରଣର କ୍ଷତି ଘଟିପାରେ । ଆମିକସକ୍ୟୁରୀ ଦେଇଥିବା ରିପୋର୍ଟ ଉପରେ ହାଇକୋର୍ଟ ଦୃଷ୍ଟି ଆକର୍ଷଣ କରିବାକୁ ଆବେଦନ କରିଛନ୍ତି । ପୂର୍ବରୁ ଏଏସଆଇ ଜଗମୋହନ ଓ ନାଟମଣ୍ଡପ ମରାମତି କାମ ସାରିଥିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିସାରିଥିଲେ । ଗତକାଲି ଆମିକସକ୍ୟୁରୀ ଜଗମୋହନ ଓ ନାଟମଣ୍ଡପ ମରାମତି ଶୀଘ୍ର ଆବଶ୍ୟକ ବାଲି ଷ୍ଟାଟସ ରିପୋର୍ଟ ଦେବା ପରେ ଏବେ ଚର୍ଚ୍ଚା ବଢ଼ିଛି ।

Leave a comment