ଭୁବନେଶ୍ୱରରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଆରମ୍ଭ । ଯୋଗ ଦେଇଛନ୍ତି ୮୦୦ ଶିଶୁ ବୈଜ୍ଞାନିକ, ୪୦୦ ବୈଜ୍ଞାନିକ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ଦ୍ୱିତୀୟଥର ପାଇଁ ଆୟୋଜିତ ହୋଇଛି ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ । ୫ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଗୁରୁବାର ଉଦଘାଟିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ବିଜ୍ଞାନର ପ୍ରଗତି ଦ୍ୱାରା ହିଁ ରାଷ୍ଟ୍ରର ପ୍ରଗତି ସମ୍ଭବ । ବିଜ୍ଞାନ, ବୈଷୟିକ ବିଦ୍ୟା ଏବଂ ଉଦ୍ଭାବନକୁ ସ୍ବଚ୍ଛ, ସବୁଜ ଏବଂ ସୁସ୍ଥ ରାଷ୍ଟ୍ର ଗଠନ କରିବାରେ ବ୍ୟବହୃତ ହେବା ଉଚିତ । ଏଥିସହ ଯୁବ ପିଢିମାନଙ୍କୁ ଗବେଷଣାମନସ୍କ କରିବା ସମସ୍ତଙ୍କର ମିଳିତ ଦାୟିତ୍ୱ ହେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ।

ଗୁରୁବାରଠାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ଆରମ୍ଭ ହେବ ବିଜ୍ଞାନ ମେଳା । ଏଥିରେ ବିଭିନ୍ନ ସମସ୍ୟାକୁ ଅନୁଧ୍ୟାନ କରି କିପରି ବିଜ୍ଞାନଭିତ୍ତିକ ସମାଧାନ କରାଯାଇ ପାରିବ ସେ ସମ୍ପର୍କିତ ପ୍ରକଳ୍ପ ପ୍ରଦର୍ଶନ କରିବେ । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ଠାରେ ଆୟୋଜିତ ଏହି ଶିଶୁ ବିଜ୍ଞାନ କଂଗ୍ରେସରେ ୭ଟି ଉପସାଗରୀୟ ଦେଶ ଓ ୧୦ଟି ଏସୀୟ ଦେଶର ୮ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ନ୍ୟାସନାଲ କାଉନ୍‌ସିଲ୍ ଫର୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କମ୍ୟୁନିକେସନ (NCSTC)ର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୫୨ ଛାତ୍ରୀଛାତ୍ର ଅଂଶଗ୍ରହଣ କରୁଛନ୍ତି।

Leave a comment