ଜାତୀୟ ପୁରସ୍କାର ପାଇଁ ରାଜ୍ୟର ୨ ଶିକ୍ଷକ ମନୋନୀତ, ଭଦ୍ରକ ଜିଲ୍ଲା ସ୍କୁଲର ବିଜ୍ଞାନ ଶିକ୍ଷକ ହେବେ ପୁରସ୍କୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶିକ୍ଷାଦାନର ନିଶା ଓ ଆର୍ଥିକ ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପ୍ରତି ଥିବା ଅବଦାନ ଆଣି ଦେଇଛି ସୁନାମ । ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ବିଜ୍ଞାନ ଶିକ୍ଷକ । ଦେଶରୁ ସମୁଦାୟ ୪୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ଓଡିଶାରୁ ଦୁଇ ଜଣ ଶିକ୍ଷକଙ୍କ ତାଲିକା ପ୍ରକାଶ ପାଇଛି । ତେବେ ଏହି ତାଲିକାରେ ଅଛନ୍ତି ଭଦ୍ରକ ଜିଲ୍ଲାର ଜଣେ ଶିକ୍ଷକ । ତେବେ ଭଦ୍ରକ ଜିଲ୍ଲା ସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥୀ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।
ଏହି ଖବର ମିଳିବା ପରେ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି । ଜଣେ ଭଲ ଶିକ୍ଷକ ଭାବେ ଆଦୃତ ହୋଇଥିବା ବେଳେ ନିଜ ଦରମାର ସିଂହଭାଗ ଛାତ୍ରଛାତ୍ରୀଙ୍କ ପାଇଁ ଖର୍ଚ୍ଚ କରନ୍ତି ଅଶୋକ ଶତପଥୀ । ଆର୍ଥିକ ଅନଗ୍ରସର ପରିବାରର ଛାତ୍ରଛାତ୍ରୀଙ୍କୁ ବିନା ପାରିଶ୍ରମିକରେ ଶିକ୍ଷାଦାନ କରନ୍ତି । ଅବଶ୍ୟକ ପାଠ୍ୟପୁସ୍ତକଠାରୁ ଅନ୍ୟ ଉପକରଣ ମଧ୍ୟ ଯୋଗାଇ ଦେଇଥାନ୍ତି । ତେବେ ଆଶୋକ କୁମାର ଶତପଥୀଙ୍କ ନାମ ଘୋଷଣା ପରେ ବେଶ ଖୁସି ଅଛନ୍ତି ପୁରାତନ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ । ତେବେ ତାଙ୍କ ଶିକ୍ଷାଦାନର ନିଶା ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ପ୍ରେଚେଷ୍ଟା ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇଛି ।