ନୂଆ ରେଳପଥ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

0

ଆଜି ମହାରାଷ୍ଟ୍ର ଥାନେ ଓ ଦିବାକୁ ସଂଯୋଗ କରୁଥିବା ଦୁଇଟି ରେଳପଥର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ଏନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୨ ରେଳପଥର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଏକବିଂଶ ଶତାବ୍ଦୀ ପାଇଁ ଭିତ୍ତିଭୂମି ସୃଷ୍ଟି ଉପରେ ସରକାର କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଉଚ୍ଚାଭିଳାଷୀ ପ୍ରକଳ୍ପ, ଭିତ୍ତିଭୂମି ଦକ୍ଷତା ବୃଦ୍ଧି ଏବଂ ମୁମ୍ବାଇର ପରିଚୟ ‘ସ୍ୱପ୍ନର ସହର’କୁ ମଜବୁତ କରିବ । ମୁମ୍ବାଇ-ଅହମ୍ମଦାବାଦ ଏହି ହାଇ ସ୍ପିଡ୍ ରେଳ ପ୍ରକଳ୍ପକୁ ଯଥାଶୀଘ୍ର ସମାପ୍ତ କରିବା ସମସ୍ତଙ୍କ ପାଇଁ ପ୍ରାଥମିକତା ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ।
ସ୍ୱାଧୀନତା ପରେ ଦେଶର ବିକାଶରେ ମୁମ୍ବାଇର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦି କହିଛନ୍ତି। ଥାନେ ଓ ଦିବା ମଧ୍ୟରେ ସଂଯୋଗ କରୁଥିବା ୨ ଟି ରେଳପଥ ପ୍ରାୟ ୬୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏଥିରେ ୧.୪ କିଲୋମିଟର ଦୀର୍ଘ ରେଳ ଫ୍ଲାଇଓଭର, ୩ଟି ବଡ ସେତୁ ଓ ୨୧ଟି କ୍ଷୁଦ୍ର ସେତୁ ରହିଛି ।

Leave a comment