ରାଜ୍ୟସଭା ସାଂସଦ ନାରାୟଣ ରାଣେ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ବ୍ୟବହାର କରି ଗିରଫ ହେଲେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ନାରାୟଣ ରାନେ । ରାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡା ମାରିବା ପାଇଁ କହିଥିଲେ । ରାଣେଙ୍କ ଏପରି ବୟାନ ପରେ ତାତିଉଠିଥିଲା ଶିବସେନା । ସଙ୍ଗେ ସଙ୍ଗେ ତାଙ୍କ ବିରୋଧରେ ୪ଟି ଏଫଆଇଆର ରୁଜୁ କରାଯିବା ସହ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଥିଲା । ଏହା ପରେ ରାଣେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଗିରଫଦାରିରୁ ବଞ୍ଚିବାକୁ ଆବେଦନ କରିଥିଲେ, ଯାହା ଉପରେ ଶୁଣାଣି କରିବାକୁ କୋର୍ଟ ମନା କରିଦେଇଥିଲେ । ରାଣେଙ୍କ ପକ୍ଷରୁ ତାଙ୍କ ପରାମର୍ଶଦାତା ଅନିକେତ ନିକାମ ଦାୟର କରିଥିଲେ ।

ମହାରାଷ୍ଟ୍ରର ରାଇଗଡ ଜିଲା ଅନ୍ତର୍ଗତ ମହାଦଠାରେ ଶ୍ରୀ ରାଣେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନହାନି କଲାଭଳି ମନ୍ତବ୍ୟ ଦେଇଥିଲେ। ସ୍ୱାଧୀନତା ଦିବସ ଅଭିଭାଷଣ ପାଇଁ ସେ ଉଦ୍ଧବଙ୍କୁ ଚାପୁଡା ମାରିଥାନ୍ତେ ବୋଲି କହିଥିଲେ।

Leave a comment