ଲୋକାର୍ପିତ ହେଲା ନୂଆ ଟିଭି ଚ୍ୟାନେଲ ନନ୍ଦିଘୋଷ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଓଡ଼ିଶା ଗଣମାଧ୍ୟମ ଜଗତରେ ଯୋଡିହୋଇଛି ଆଉ ଗୋଟିଏ ଟିଭି ଚ୍ୟାନେଲ। ଯାହାର ନାମ ରହିଛି ‘ନନ୍ଦିଘୋଷ’ ଟିଭି । 24×7 ଘଣ୍ଟିଆ ଏହି ନ୍ୟୁଜ୍ ଚାନେଲ୍ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଗୁରୁବାର ଲୋକାର୍ପିତ ହୋଇଛି । ମେ ଫେୟାର୍ କନଭେନସନ୍ ହଲ୍ ରେ ଆୟୋଜିତ ଭବ୍ୟ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

‘ନନ୍ଦିଘୋଷ’ ଟିଭି ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ ଖବର ପରିବେଷଣ କରିବ । ଲୋକଙ୍କ ସ୍ୱରକୁ ଚାନେଲ୍ ର ଭାଷା କରି ଗଣମାଧ୍ୟମରେ ଏକନୂଆ ଟ୍ରେଣ୍ଡ ସୃଷ୍ଟି କରିବ ବୋଲି ଆଶା କରାଯାଇଛି। ଚାନେଲ୍ ର ଲୋକାର୍ପଣ ଉତ୍ସବରେ ଏହି ବିଶ୍ୱାସ ଦେଇଛନ୍ତି ଏହାର ସମ୍ପାଦକ ଶିଶିର କୁମାର ଭଟ୍ଟମିଶ୍ର ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଜବର ସିଂ ତନୱାର୍ । ଖାଲି ସେତିକି ନୁହେଁ, ମିଛ ଟିଆରପି ଦୌଡ଼ରୁ ‘ନନ୍ଦିଘୋଷ’ କୁ ପୃଥକ୍ ରଖାଯିବ ବୋଲି ସେମାନେ କହିଛନ୍ତି ।

ଟିଆରପିକୁ ନେଇ ପ୍ରମୁଖ ଓଡ଼ିଆ ଟିଭି ଚାନେଲ୍ ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଜୋର ଚାଲିଥିବା ବେଳେ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଭିନ୍ନ ଛାପର ପ୍ରତିଶ୍ରୁତି ସହ ମାର୍କେଟ୍ କୁ ଆସିଛି ‘ନନ୍ଦିଘୋଷ’ଟିଭି । ବିନା ପ୍ରତିଯୋଗିତାରେ ଚାନେଲ୍ କୁ ନିଜସ୍ୱ ଶୈଳୀରେ ଶୀର୍ଷରେ ପହଞ୍ଚାଇବାର ଲକ୍ଷ୍ୟକୁ ସେମାନେ କିଭଳି ପୂରଣ କରୁଛନ୍ତି ତାହାକୁ ଏବେ ଦର୍ଶକଙ୍କ ଅପେକ୍ଷା ।

Leave a comment

You cannot copy content of this page