ବଦଳିବ ନନ୍ଦିଘୋଷ ରଥର ସାନ ଉଛଳା ଅଖ

0

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବଦଳିବ ନନ୍ଦିଘୋଷ ରଥର ସାନ ଉଛଳା ତଥା ପଛ ବ୍ରେକ ଅଖ। ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ରାସ୍ତାକୁ ଭାଇବ୍ରେଟର ସାହାଯ୍ୟରେ ଖୋଳାଯାଉଛି। ଫାଟ ଥିବା ଅଖକୁ କଢାଯାଇ ନୂତନ ଅଖ ଲଗାଯିବ। ଅଖରେ ଫାଟ ଯୋଗୁ ଏହାକୁ ବଦଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଅଖରେ ଫାଟ ଥିବାରୁ ଓଝା ସେବକମାନେ ଗତକାଲି ଅଖ, ଦଣ୍ଡା, କୁଡୁକାକୁ ବାନ୍ଧି ରଖିବା ପାଇଁ କ୍ଲାମ୍ପ ଲଗାଇଥିଲେ । ରଥଯାତ୍ରା ସମୟରେ ଏହି ଅଖ ସମସ୍ୟା ସୃଷ୍ଟି କରିବା ଆଶଙ୍କା ଥିବାରୁ ଏହାକୁ ବଦଳାଯାଉଛି। ଏନେଇ ବୈଷୟିକ କମିଟି ନିଷ୍ପତ୍ତି ନେଇଛି। ପୂର୍ବ ତଟ ରେଳବାଇର ମେକାନିକାଲ ଟିମ୍‌ ଘଟଣାସ୍ଥଳକୁ ଆସି କିଭଳି ଜ୍ୟାକ୍‌ ଲାଗିବ, କେତେ ଖୋଳାଯିବ ସେନେଇ ମାପଚୁପ କରିଥିଲେ। ଆଉ ଏକ ନୂଆ ଅଖ ପ୍ରସ୍ତୁତି ଚାଲିଛି। ରେଲୱେରୁ ଜ୍ୟାକ୍‌ ଅଣାଯାଇ ଅଖ ସଂଯୋଗ କରାଯାଉଛି।

Leave a comment