ଆଜି ଆଖି ବୁଜିଲା ନନ୍ଦ

0

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଚାଲିଗଲା ନନ୍ଦ। ଚନ୍ଦକା-ଡମପଡା ଅଭୟାରଣ୍ୟରେ ଭୋରରୁ ନନ୍ଦ ହାତୀର ମୃତ୍ୟୁ। ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଡମପଡା ଅଭୟାରଣ୍ୟରେ ଆଜି ଭୋରରୁ ନନ୍ଦ ହାତୀର ମୃତ୍ୟୁ ଘଟିଛି। ରବିବାର ଠାରୁ ହାତୀଟି ଅସୁସ୍ଥ ଥିଲା। ଲଗାତର ଭାବେ ଚିକିତ୍ସା ଚାଲିଥିଲା । ବୋହୁ ଦିନରୁ ହାତୀଟି ଏଠାରେ ରହି ଥିବାରୁ ପର୍ଯ୍ୟଟକଙ୍କ ଭିତରେ ଖୁବ ପରିଚିତ ଥିଲା ।

ସୂଚନାମୁତାବକ, ୨୦ ଦିନ ତଳେ ନନ୍ଦକୁ କୁମାରଖୁଣ୍ଟି ଅଞ୍ଚଳରେ ଟ୍ରଙ୍କୁଲାଇଜ କରାଯାଇଥିଲା। ତାପର ଠାରୁ ହାତୀଟି ଅସୁସ୍ଥ ହୋଇ ପଡିଥିବା ସୂଚନା। ରବିବାର ଭୋର ୪ଟାରେ ହାତୀଟି ପଡିଯିବାରୁ ତାକୁ ସାଲାଇନ ଲଗାଯାଇଥିଲା । ଅସୁସ୍ଥତା ହେତୁ ଖାଇବା ପିଇବା ଛାଡି ଦେଇଥିଲା ନନ୍ଦ। ଶେଷରେ ସୋମବାର ଦିନ ଭୋର ସମୟରେ ହାତୀଟିର ମୃତ୍ୟୁ ହୋଇଛି ।

Leave a comment