ଇତିହାସରେ ପ୍ରଥମ; ନନ୍ଦନକାନନରେ ଜନ୍ମ ନେଲା ହଳଦିଆ ଆନାକୋଣ୍ଡା

0

ଭୁବନେଶ୍ୱର ସ୍ଥିତ ପ୍ରାଣୀ ଉଦ୍ୟାନରେ ଥିବା ସରୀସୃପ ଉଦ୍ୟାନରେ ଏକ ଅଦ୍ଭୁତ ଘଟଣା ଘଟିଛି । ଏଠାରେ ଏକ ହଳଦିଆ ଆନାକୋଣ୍ଡା ସାପ ଏକ ଶାବକକୁ ଜନ୍ମ ଦେଇଛି । ଆଉ ସବୁଠୁ ଖାସ କଥା ହେଉଛି ନନ୍ଦନକାନନ ଇତିହାସରେ ଏପରି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ନନ୍ଦନକାନନ ଇତିହାସରେ ପ୍ରଥମ ଥର ପାଇଁ ଏକ ହଳଦିଆ ଆନାକୋଣ୍ଡା ସାପ ଏକ ଶାବକକୁ ଜନ୍ମ ଦେଇଛି ।

ସକାଳ ସମୟରେ ପ୍ରାଣୀ ଉଦ୍ୟାନ ଦାୟିତ୍ୱରେ ଥିବା କର୍ମଚାରୀ ମାନେ ଏହା ଦେଖିବା ପରେ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ । ନବ ଜାତକଟିର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ତାକୁ ଖୁଆଡ଼ରୁ ଅନ୍ୟମାନଙ୍କ ଠାରୁ ଅଲଗା କରି କୃତିମ ଶୀତତାପ ନିୟନ୍ତ୍ରଣ କକ୍ଷରେ ରଖାଯାଇଛି । ପ୍ରସବ ପରେ ବି ମା’ ଆନାକୋଣ୍ଡାର ପେଟ ଫୁଲି ଥିବାରୁ ତା ଗର୍ଭରୁ ଆହୁରି ଶାବକ ବାହାରି ପାରନ୍ତି ବୋଲି କର୍ତ୍ତୃପକ୍ଷ ଅନୁମାନ ଲଗାଇଛନ୍ତି । ଉଦ୍ୟାନରେ ଥିବା ଆଉ ଏକ ମାଇ ଆନାକୋଣ୍ଡା ଖୁବ ଶୀଘ୍ର ପ୍ରସବ କରିପାରେ ବୋଲି ଅନୁମାନ କରାଯାଉଛି ।

Leave a comment

You cannot copy content of this page