ଏଣିକି ତାଜମହଲରେ ନମାଜ ପାଠ ବନ୍ଦ- ସୁପ୍ରିମକୋର୍ଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତାଜମହଲରେ ଏଣିକି ନମାଜ ପାଠ ହୋଇପାରିବ ନାହିଁ ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ବିଶ୍ୱର ସପ୍ତାଶ୍ଚର୍ଯ୍ୟ ଭିତରେ ତାଜମହଲ ରହିଥିବାରୁ ଏଠି ନମାଜ ପାଠ କରାଯାଇ ପାରିବ ନାହିଁ। ତାଜମହଲରେ ନମାଜ ପାଠ କରିବା ପାଇଁ ସେଠାକାର ସ୍ଥାନୀୟ ଲୋକେ ଅନୁମତି ଦେବାକୁ କୋର୍ଟରେ ଆବେଦନ କରିଥିଲେ। ଏପରିକି ସେମାନଙ୍କ ସହ ଅନ୍ୟମାନଙ୍କୁ ମଧ୍ୟ ନମାଜ ପାଠ କରିବା ପାଇଁ ଅନୁମତି ଦେବାକୁ ଆବେଦନ କରାଯାଇଥିଲା । କିନ୍ତୁ ତାଜମହଲରେ ନମାଜ ପାଠକୁ ନେଇ ପୂର୍ବରୁ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିଲା।
ସୂଚନାଯୋଗ୍ୟ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)ପକ୍ଷରୁ ନମାଜ ପାଠ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ୨୦୧୭ ଅକ୍ଟୋବୋରରେ କୋର୍ଟରେ ଆବେଦନ କରିଥିଲେ । ତାଜମହଲ ଭାରତର ଏକ ଦର୍ଶନୀୟ ସ୍ଥାନ । ତେଣୁ ଏଠାକୁ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ବୁଲିବାକୁ ଆସୁଛନ୍ତି । ଏହି ସ୍ଥାନକୁ ମୁସଲମାନଙ୍କୁ ନିଜର ଧର୍ମସ୍ଥଳୀ ଭାବିବା ପାଇଁ କିପରି ଅନୁମତି ଦିଆଯାଇଛି ବୋଲି ସଂଘ ପ୍ରଶ୍ନ ଉଠାଇଥିଲା।ସେବେଠୁ ଏହି ଅଭିଯୋଗର ଶୁଣାଣି ଚାଲିଥିଲା ବେଳେ ଆଜି ମାନ୍ୟବର ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି।