ରାଜଧାନୀ ଉପକଣ୍ଠ ପୋଖରୀରେ ଭାସୁଛି ବରିଷ୍ଠ ସାମ୍ୱାଦିକଙ୍କ ପୁଅର ମୃତଦେହ, ହତ୍ୟା କରି ଫୋପାଡ଼ି ଦେଇଥିବା ସନ୍ଦେହ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗତକାଲିଠୁ ନିଖୋଜ ଥିବା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି। ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ଅଞ୍ଚଳର ଏକ ପୋଖରୀରରେ ନବୀନଙ୍କ ବଡ ପୁଅ ମନୀଷ ଅନୁରାଗଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ପାତ୍ରପଡ଼ା ମା ନମନକଣି ପୋଖରୀରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ରାତିରୁ ମନୀଷ ନିଖୋଜ ଥିଲେ। ନିଖୋଜ ନେଇ ଇନଫୋସିଟି ଥାନାରେ ଅଭିଯୋଗ ହୋଇଥିଲା। ରବିବାର ମୃତଦେହ ଉଦ୍ଧାର କରି ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଅନ୍ୟପଟେ ପୁଅର ମୃତ୍ୟୁ ନେଇ ନବୀନ ଦାସ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ପୁଅ ଗୁଡୁକୁ ସବୁଦିନ ପାଇଁ ହରାଇଲି ବୋଲି ଲେଖିଛନ୍ତି ନବୀନ ଦାସ।
ସ୍ଥାନୀୟ ଗ୍ରାମବାସୀ ପ୍ରଥମେ ମୃତଦେହଟିକୁ ଭାସୁଥିବାର ଦେଖିଥିଲେ । ପରେ ଏନେଇ ତମାଣ୍ଡୋ ପୋଲିସ୍କୁ ସୂଚନା ଦିଆଯାଇଥିଲା । ଯୁବକଙ୍କୁ କେହି ହତ୍ୟା କରି ପୋଖରୀରେ ପକାଇ ଦେଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ିଛି।