ବହିଷ୍କାର ପୂର୍ବରୁ ନବ ଦେଲେ ଇସ୍ତଫା, ଧାଡିରେ ଯୋଗେଶ ଓ ପ୍ରକାଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବରୁ ଚର୍ଚ୍ଚା ଧରିଥିବା ନବଙ୍କ ଦଳ ପରିବର୍ତ୍ତନ କଥା ସତରେ ପରିଣତ ହୋଇଛି । ପିସିସି ର କାର୍ଯ୍ୟକାରୀ ସଭାପତି ଆଜି ବିଧିବଦ୍ଧ ଭାବେ କଂଗ୍ରେସ ରୁ ନିଜ ସମ୍ପର୍କ ଛିର୍ଣ କରିଛନ୍ତି । ନବ ନିଜ ଇସ୍ତଫା ପତ୍ର ଦଳର ହାଇକମାଣ୍ଡ ପାଖକୁ ପଠାଇଦେଇଛନ୍ତି । ସେଥିରେ ତାଙ୍କ ଅଞ୍ଚଳବାସୀ ସେ ବିଜେଡି ରେ ସାମିଲ ହୁଅନ୍ତୁ ବୋଲି ଆଗ୍ରହ ପ୍ରକାଶ କରିଥିବା ଉଲ୍ଲେଖ କରିଛନ୍ତି । କଥାରେ ଅଛି ଇତିହାସ ର ପୁନରାବୃତ୍ତି ହୋଇଥାଏ । କିନ୍ତୁ ଇତିହାସ ର ପୁନରାବୃତ୍ତି ପାଇଁ ୫୦ବର୍ଷ କିମ୍ବା ୧୦୦ ବର୍ଷ ଲାଗିଥାଏ । ମାତ୍ର କଂଗ୍ରେସ ରାଜନୀତି ରେ ୪ବର୍ଷରେ ଏହାର ପୁନରାବୃତ୍ତି ଘଟିଯାଏ । ୨୦୧୪ ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ନେତା ଭୁପିନ୍ଦର ସିଂହ ଚାଲିଯାଇଥିଲେ ବର୍ତ୍ତମାନ ବିରୋଧୀ ଦଳ ନେତା ଚାଲିଯାଇ ନାହାନ୍ତି । କିନ୍ତୁ ଦଳର କାର୍ଯ୍ୟକାରୀ ସଭାପତି ଥିବା ନେତା ଦଳ ଛାଡିଛନ୍ତି । ଖାଲି ସେତିକି ନୁହେଁ ଆଉ ଦୁଇ ବିଧାୟକ ଯୋଗେଶ ସିଂ ଓ ପ୍ରକାଶ ବେହେରା ହାତ ଛାଡି ନବଙ୍କ ପଥରେ ଚାଲୁଛନ୍ତି ।

ସୂଚନା ଯୋଗ୍ୟ, ଆସନ୍ତା ୨୪ ତାରିଖରେ ଝାରସୁଗୁଡା ରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା କ୍ୟାନ୍ସର ହସ୍ପିଟାଲ, ରେଲୱେ ଓଭର ବ୍ରିଜ, ୪୦୦କୋଟି ବ୍ୟୟର ପାନୀୟ ଜଳ ପ୍ରକଳ୍ପ ଆଦିର ଶିଳାନ୍ୟାସ ଅନୁଷ୍ଠିତ ହେବ । ଏହି ଅବସରରେ ନବ ଦାସ ସହ ଯୋଗେଶ ସିଂ ମଧ୍ୟ ହାତ ଛାଡି ଶଙ୍ଖ ଫୁଙ୍କିବେ । ମୋଦିଙ୍କ ପଶ୍ଚିମ ଓଡ଼ିଶା ଗ୍ରସ୍ତ ପରେ ଏହିଦିନ ବିଜେଡି ଝାରସୁଗୁଡ଼ା ରେ ଏକପ୍ରକାର ନିଜ ଶକ୍ତି ପ୍ରଦର୍ଶନ କରିବ ଯାହାକି କଂଗ୍ରେସର ମେରୁଦଣ୍ଡ ଭାଙ୍ଗିବା ସହ ବିଜେପିର ନିଦ ହଜାଇଦେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ ଆଜି ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବାକୁ ଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନବଙ୍କୁ ଦଳରୁ ବହିଷ୍କାର କରିବା କାର୍ଯ୍ୟକ୍ରମ ଥିଲା ମାତ୍ର ଏହା ପୂର୍ବରୁ ନବ ଇସ୍ତାଫା ପ୍ରଦାନ କରିଥିବା କଂଗ୍ରେସ ଭବନରେ ଚର୍ଚ୍ଚା ଜୋର ଧରିଛି ।

Leave a comment