ବିଚିତ୍ର ନବୀନଙ୍କ ରାଜନୀତି

0

ଓଡ଼ିଶା ଫାଷ୍ଟ (ବିଜୟ ସାହୁ): ବଡ଼ ବିଚିତ୍ର ନବୀନ ପଟ୍ଟନାୟକ ଙ୍କ ରାଜନୀତି । ୨୦୦୦ ରେ ବିଜୟ ମହାପାତ୍ରଙ୍କୁ କାଟିବାକୁ ଅତନୁ ମହାଶୟ ପ୍ରଜାତନ୍ତ୍ର ଛାଡି ପାଟକୁରା ରେ ପଶିଗଲେ । ଅବଶ୍ୟ ପାଟକୁରା ବାସୀ ଗ୍ରହଣ କଲେନି ଓ ହରେଇ ଦେଲେ । କିନ୍ତୁ ବିଜୟ ମହାପାତ୍ର ତ୍ରିଲୋଚନ ଙ୍କୁ ବହୁ ଭୋଟରେ ଜିତେଇ ଭାବି ଥିଲେ ସିଏ ୬ ମାସ ପରେ ଇସ୍ତଫା ଦେବେ ଓ ଇଏ ଉପ ନିର୍ବାଚନ ଜିତିବେ । ଜିତିଥାନ୍ତେ ମଧ୍ୟ , କାରଣ ପ୍ରବଳ ଅନୁକଂପା କାମ କରୁଥିଲା । ଭୋଟ ବେଳେ ତ୍ରିଲୋଚନ ଯେଉଁ କଥା କହିଥିଲେ ପରେ ମାନିଲେ ନାହିଁ ।

୨୦୦୪ ରେ ଓଜିପି କଲେ ଓ ତିନି ଏମଏଲଏ ଜିତେଇଲେ । କିନ୍ତୁ ଜାନକୀ ବାବୁଙ୍କୁ ନବୀନ କି ମନ୍ତ୍ର କଲେ କେଜାଣି ମେଣ୍ଟ ପ୍ରାର୍ଥୀ ହେଇ ବି ମହାପାତ୍ର ବାବୁ ହାରିଲେ ।

୨୦୦୯ ରେ ବିଧାନସଭା ସିଟ ପୁନର୍ଗଠନ ଏମିତି ହେଲା ବିଜୟ ବାବୁଙ୍କ ପାଟକୁରା ଖଣ୍ଡ ଖଣ୍ଡ ହେଲା ଓ ସବୁ କଳ ବଳ ବିଜୟ ବାବୁଙ୍କ ପାଇଁ ପ୍ରୟୋଗ ହେଲା ।

୨୦୧୪ ଭୋଟ ପୂର୍ବରୁ ଶରଦ ପାୱାର ଙ୍କୁ କଣ କିମିଆ କଲେ ଏନସିସି ଛାଡିବାକୁ ହେଲା ଓ ମହାକାଳ ପଡା ତାଙ୍କୁ କାଳ ହେଲା ।

୨୦୧୯ କୁ ଆଖି ଆଗରେ ରଖି ବିଜେପି କୁ ଗଲେ ଏବେ ପୁରୁଣା ବିଜେପି ବି ଚିନ୍ତାରେ ଆଗକୁ କଣ ହେବ । କାରଣ ଏଠି ବି ନବୀନ ପସିଗଲେଣି । ଏଣୁ ବିଜୟ ମହାପାତ୍ର ଏଥର ଭାବି ଚିନ୍ତି ପଦକ୍ଷେପ ନେବା ଉଚିତ ଓ ସିଏ ବିଧାନସଭା କୁ ଆସିବା ଉଚିତ ।

Leave a comment