ନାଳକୁ ଖସିପଡ଼ିଲା ମୋ ବସ୍‌, ୨୦ ଯାତ୍ରୀ ଆହତ

0

ରାସ୍ତାକଡ଼ ନାଳକୁ ଖସିପଡ଼ିଲା ମୋ ବସ୍‌ । ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପିତାପଲ୍ଲୀ ପାଖରେ ଭାରସାମ୍ୟ ହରାଇ ‘ମୋ ବସ୍‌’ଟି ନାଳକୁ ଖସି ପଡ଼ିଛି। ଏଥିରେ ୨୦ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଆସୁଥିଲା ବେଳେ ଏପରି ଘଟଣା ହୋଇଛି ।

ରାସ୍ତାରୁ ପ୍ରାୟ ୧୦ ଫୁଟ ତଳକୁ ଖସି ପଡ଼ିଥିଲା ବସ୍‌ଟି। ଫଳରେ ବସରେ ଥିବା ପ୍ରାୟ ୩୦ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା। ଆହତମାନଙ୍କୁ ବିଭିନ୍ନ ଗାଡିରେ ଖୋର୍ଦ୍ଧା ଡାକ୍ତରଖାନାକୁ ପଠା ଯାଇଥିଲା। କିଛି ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କହିଛନ୍ତି ଯାତ୍ରୀ ଓ ସ୍ଥାନୀୟ ଲୋକେ। ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ସେମାନେ କହିଛନ୍ତି। ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ବେଳେ ସାମ୍ନା ପଟୁ ଏକ ଅଟୋ ଚାଲିଆସିଥିଲା। ଫଳରେ ବସ୍ ଡ୍ରାଇଭର ଭାରାସାମ୍ୟ ହରାଇବାରୁ ଗାଡିଟି ନାଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ମାରିଥିଲେ ବୋଲି ସୂଚନା ମିଳିଛି।

Leave a comment