
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆରସିଏମ କଲେଜର ଅଧ୍ୟକ୍ଷ ପ୍ରବୀର ପାଲଙ୍କୁ ଆପତ୍ତିଜନକ ଫଟୋ ଦେଖାଇ ବ୍ଲାକମେଲିଂ କରି ୧୦ଲକ୍ଷ ଟଙ୍କାମାଗିଥିବା ଘଟଣାରେ ଚନ୍ଦ୍ରଶେଖରପୁର ପୋଲିସ ଜଣେ ବିଜେପି ଯୁବ ନେତାଙ୍କ ସହ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏ ନେଇ ଆଜି ମୁହଁ ଖୋଲିଛନ୍ତି ଘଟଣାରେ ସଂପୃକ୍ତ ଥିବା ଯୁବତୀ।
ସେ ଏକ ଭିଡିଓ ଯୋଗେ କହିଛନ୍ତି ଯେ ଗିରଫ ୪ଜଣ ମୋ ଭାଇ । ସେମାନେ ସମ୍ପୂର୍ଣ୍ଣ ନିର୍ଦୋଷ ଓ ତାଙ୍କୁ ଫସାଇ ଦିଆଯାଇଛି। ଯଦି ୭ତାରିଖ ଦିନ ପ୍ରବୀରଙ୍କୁ ବଟି ମଗାଯାଇଥିଲା, ତେବେ ସେ ୭ତାରିଖ ଠାରୁ ୧୧ତାରିଖ ପର୍ଯ୍ୟନ୍ତ ଥାନାରେ କଣ ପାଇଁ ଏତଲା ଦେଇନଥିଲେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ପ୍ରବୀର ପାଲଙ୍କୁ ସଂପୃକ୍ତ ଯୁବତୀ । ସେ କୋଟରେ ତାଙ୍କ ସହ ହୋଇଥିବା ଅସଦାଚରଣର ସବୁ ପ୍ରମାଣ ଦାଖଲ କରିବେ ବୋଲି କହିଛନ୍ତି। ଯଦି ପ୍ରମାଣରେ ସତ୍ୟତା ଥାଏ ତେବେ ସଂପୃକ୍ତ ପ୍ରବୀର ପାଲଙ୍କ ଉପରେ ପୋଲିସର କି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜନସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣା କ୍ରମେ
ଆରସିଏମ କଲେଜକୁ ଗତ ୭ତାରିଖ ଦିନ ସନ୍ଧ୍ୟା ୪ଟା ବେଳେ ସଂପୃକ୍ତ ଯୁବତୀ ଜଣେ ସମ୍ପର୍କୀୟ ଭାଇଙ୍କ ସହ ଚାକିରୀ ପାଇଁ ଇଣ୍ଟରଭିୟୁ ଦେବାକୁ ଯାଇଥିଲେ । ପ୍ରବୀର ପାଲ ତାଙ୍କ ଚାମ୍ବରକୁ ଡାକି ଇଣ୍ଟରଭିୟୁ ନେବାବେଳେ ତାଙ୍କ ସହ ଅସଦାଚରଣ କରିଥିଲେ।