କେଶକୁ ମଜଭୁତ କରେ ସୋରିଷ ତେଲ

0

ସୋରିଷ ତେଲକୁ ସାଧାରଣତଃ ଖାଦ୍ୟ ତିଆରିରେ ବ୍ୟବହାର କରାଯାଏ। କିନ୍ତୁ ଏହାର ଆହୁରି ଅନେକ ଉପକାରୀ ଗୁଣ ରହିଛି। ଏହା ତ୍ୱଚା ଓ ଦାନ୍ତ ଚମକାଇବା ପାଇଁ ବ୍ୟବହାର କରାଯାଏ । ସୋରିଷ ତେଲ ପ୍ରାକୃତିକ ରୂପରେ ତ୍ୱଚା ଓ କେଶ ପାଇଁ ଖୁବ୍ ଉପକାରୀ। ଏହା ଦ୍ୱାରା ତ୍ୱଚାରୁ ଧୂଳି-ମଳି ସହଜରେ ଛାଡିଯାଏ । କେଶ ମୂଳ ଶକ୍ତ ରହେ । ଏଥିରେ ଭିଟାମିନ୍ ଇ ରହିଛି, ଯାହା ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ । ତ୍ୱଚା ଶିଥିଳତା କିଂବା କୁଞ୍ଚନ ହେବାରୁ ରକ୍ଷାକରେ । କେଶ ଧଳା ହେବା, ରୁକ୍ଷତା ଆଦି ଦୂର ପାଇଁ ଏହା ଉପକାରୀ ।

-ସୋରିଷ ତେଲ କେଶକୁ ମଜବୁତ୍ କରିବା ସହିତ, କେଶରେ ଚମକ ଆଣିବାରେ ସାହାଯ୍ୟ କରେ ।

-ରାତିରେ ଶୋଇବା ପୂର୍ବରୁ ଏକ ଲୁହା ପାତ୍ରରେ ସୋରିଷ ତେଲ ଏବଂ ମେଥି ଦାନା ପକାଇ ଗୋଟେ ରାତି ରଖି ପରଦିନ ସକାଳେ ଗ୍ୟାସ୍‌ରେ ଲୁହା କଡେଇ ବସେଇ, ରାତିରେ ରଖିଥିବା ସାରିଷ ତେଲ ଏବଂ ମେଥି ଦାନାକୁ ପକାଇ ୫ ରୁ ୬ ମିନିଟ ଯାଏଁ ଫୁଟାନ୍ତୁ । ଏହି ମିଶ୍ରଣ କଳା ହୋଇ ଆସିଲେ ଗ୍ୟାସ୍ ବନ୍ଦ କରି ତେଲକୁ ଥଣ୍ଡା ହେବାକୁ ଛାଡିଦିଅନ୍ତୁ । ତେଲ ଥଣ୍ଡା ହେବା ପରେ , ଏକ କାଚ ଜାରରେ ଏହାକୁ ଛାଣି ରଖିବେ । ଏହି ତେଲକୁ ନେଇ କେଶ ମୂଳ ଏବଂ କେଶରେ ଲଗାଇ ୫ ରୁ ୧୦ ମିନିଟ ଯାଏଁ ହାଲ୍‌କା ମସାଜ୍ କରନ୍ତୁ। କେଶରେ ତେଲକୁ ଲଗାଇ ଗୋଟେ ଦିନ ସେପରି ରଖିବା ପରେ ପରଦିନ କେଶକୁ ଶାମ୍ପୁ କରି ଧୋଇଦେବେ । ଏପରି ସପ୍ତାହକୁ ୨ ରୁ ୩ ଥର କରିବା ଦ୍ୱାରା, ଧିରେଧିରେ କେଶ ଝଡିବା କମ୍ ହେବା ସହିତ, କେଶରେ ଚମକ ଆସିଥାଏ ।

-ସୋରିଷ ତେଲରେ ଓମେଗା ୩ ଫ୍ୟାଟି ଏସିଡ୍ ରହିଥାଏ ଯାହା ମୁଣ୍ଡର ତ୍ୱଚାରେ ଦେଖା ଯାଉଥିବା ପାଶ୍ୱର୍ପ୍ରତିକ୍ରିୟା କୁ ଦୂର କରିବାରେ ସାହାଯ୍ୟ କରିଥାଏ। ଗରମ ତେଲରେ ମୁଣ୍ଡ ମାଲିସ୍ କରିବା ଦ୍ୱାରା ମୁଣ୍ଡର ରକ୍ତ ସଞ୍ଚାଳନ ସଠିକ ଭାବରେ ହୋଇଥାଏ।

– ଏହା କେଶକୁ କୋମଳ କରିଥାଏ। ଏକ ପ୍ରାକୃତିକ କଣ୍ଡିସନର ଭଳି କର୍ଯ୍ୟକରିଥାଏ।

Leave a comment