ଚର୍ଚ୍ଚାରେ ଗରବା ଗୀତ; ମୋଦୀ ଲେଖିଲେ, ଧ୍ୱନୀ ଭାନୁଶାଳୀ ଗାଇଲେ

0

ନବରାତ୍ର ମୌକାରେ ରିଲିଜ ହେଲା ନୂଆ ଗରବା ଗୀତ । ସୋସିଆଲ ମିଡିଆ ସ୍ପେଶ-ଏକ୍ସରେ ଗାୟିକା ଧ୍ୱନୀ ଭାନୁଶାଳୀ ଏକ ପୋଷ୍ଟ କରି ଗୀତ ବାବଦରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ତନିସ୍କ ବାଗଚୀ । ଜଣାଶୁଣା ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ଧ୍ୱନୀ ଭାନୁଶାଳୀ ଗୀତରେ କଣ୍ଠଦାନ କରିଛନ୍ତି ।

ତେବେ ଧ୍ୱନୀଙ୍କ ଏକ୍ସ ପୋଷ୍ଟକୁ ରିପୋଷ୍ଟ କରି ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ପୋଷ୍ଟରେ ମୋଦୀ ଲେଖିଛନ୍ତି ଦୀର୍ଘ ବର୍ଷର ମୋର ଗୀତକୁ ଅଧିତ ସୁନ୍ଦର ସଂଗୀତରେ ସଜାଯାଇ ଉପସ୍ଥାପନା କରାଯାଇଛି । ଏହା ମୋତେ ପୁରୁଣା ଦିନର ସମୟକୁ ମନେ ପକାଇଦେଇଛି । ଧନ୍ୟବାଦ ଟିମ୍ । ଜ୍ୟାକି ଭଗନାନୀ ପ୍ରଯୋଜିତ ଓ ନଦିମ ଶାହାଙ୍କ ନିର୍ଦ୍ଦେଶିତ ଗରଭା ଗୀତ ଭିଡିଓକୁ ୟୁଟ୍ୟୁବରେ ରିଲିଜ କରାଯାଇଛି ।

Leave a comment