ରାଜଧାନୀରେ ମର୍ଡର୍ : ସ୍ଵାମୀଙ୍କ ମୃତ, ସ୍ତ୍ରୀ ଓ ପିଲା ଗୁରୁତର

ଭୁବନେଶ୍ଵର : ରାଜଧାନୀରେ ଯୁବକଙ୍କୁ ହତ୍ୟା । ଗତକାଲି ବିଳମ୍ବିତ ରାତିରେ କେହି ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ସ୍ୱାମୀ ସ୍ତ୍ରୀ ଓ ତାଙ୍କର ଛୋଟ ପିଲା ଶୋଇଥିବା ଅବସ୍ଥା ରେ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି । ତେବେ ଆହତ ଅବସ୍ଥାରେ ସ୍ତ୍ରୀ ଓ ଛୋଟ ପିଲା କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ହତ୍ୟା କାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ପଡିଛି ସ୍ୱାମୀଙ୍କ ମୃତ ଦେହ। ତେବେ ଏହି ଦମ୍ପତିଙ୍କ ଉପରେ କିଏ ଏବଂ କାହିଁକି ଆକ୍ରମଣ କରିଛି ତାହାର କାରଣ ଅସ୍ପଷ୍ଟ ରହିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।