ଅନୁଭବଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗୁଜରାଟରୁ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେଡି ପ୍ରାର୍ଥୀ ତଥା ଚଳଚ୍ଚିତ୍ର ଅଭିନେତା ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଆଜି ଗିରଫ ହୋଇଛନ୍ତି । ପୋଲିସ ସ୍ପେଶାଲ୍‌ ସ୍କ୍ୱାଡ୍ ଗୁଜରାଟରୁ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି । ସେ କଟକ ଝାଞ୍ଜିରୀମଙ୍ଗଳା ଅଞ୍ଚଳରେ ଏକ ଭଡ଼ାଘରେ ରହି ମିସ୍ତ୍ରୀ କାମ କରୁଥିଲେ । ସେ ଅନୁଭବଙ୍କୁ ହ୍ୱାଟ୍ସଆପରେ ମେସେଜ୍ କରି ୧୦ ଲକ୍ଷ ଟଙ୍କା ମାଗିବା ସହ ଟଙ୍କା ନ ଦେଲେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ । ଏ ନେଇ ଅନୁଭବ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଚଳାଇଥିଲା । ତେବେ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଆଜି ସେହି ଯୁବକଙ୍କୁ ଗୁଜରାଟରୁ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଅନୁଭବ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ଏହି ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା । ତେବେ ଭୋଟର ଗୋଟିଏ ଦୁଇ ଦିନ ପରେ ଅନୁଭବଙ୍କୁ କେହି ହ୍ବାଟ୍ସଆପରେ ମେସେଜ କରି ଟଙ୍କା ମାଗିବା ସହ ଟଙ୍କା ନଦେଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲା । ଏ ନେଇ ଅନୁଭବ ଥାନାରେ ଏତଲା ଦେଇଥିଲେ ।

Leave a comment