ସମ୍ବଲପୁରୀ ଆଲବମ ଅଭିନେତ୍ରୀଙ୍କୁ ହତ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ବଲପୁର ମହାନଦୀ ବ୍ରିଜ ତଳୁ ସମ୍ବଲପୁରୀ ଆଲବମ ଅଭିନେତ୍ରୀ ସୀମରନ ମରିଆଙ୍କ ମୃତଦେହ ଗୁରୁବାର ଉଦ୍ଧାର କରାଯାଇଛି । ତାଙ୍କ ଘର ଝାରସୁଗୁଡା ଜିଲ୍ଲା ଭୁଲିଆଟିରା ଅଞ୍ଚଳରେ । ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ସୀମରନଙ୍କୁ ତାଙ୍କ ସ୍ବାମୀ ମାରିଥିବା ସୀମରନଙ୍କ ମାଆ ଅଭିଯୋଗ କରିଛନ୍ତି । ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ କେହି ହତ୍ୟା କରି ନଦୀ ପଠାରେ ଫିଙ୍ଗି ଦେଇଥିବା ପୋଲିସ ଅନୁମାନ କରୁଛି । ସିମରନ୍‌ ବହୁ ଚର୍ଚ୍ଚିତ ସମ୍ବଲପୁରୀ ଆଲବମ୍‌ ସେଲ୍ଫି ବେବୋ ଜରିଆରେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଥିଲେ । ଏହା ବ୍ୟତୀତ ତାଙ୍କ ଆଉ ଗୋଟିଏ ଲୋକପ୍ରିୟ ଆଲବମ୍‌ ହେଉଛି ରିକ୍ସାବାଲା ରିଟର୍ଣ୍ଣ ।

ସୂଚନା ଅନୁଯାୟୀ, ୨ ଦିନ ତଳେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭବାନୀପାଟଣା ଯାଇଥିଲେ । ଗତକାଲି ସେ ଭବାନୀପାଟଣାରୁ ଫେରିଥିବା ବେଳେ ଆଜି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ୨୦ ବର୍ଷ ବୟସର ସୀମରନ ବଲାଙ୍ଗିର ବେଲପଡାର ୟୁଗୋ ସୁନାଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ୨ ମାସ ହେବ ଉଭୟଙ୍କ ଭିତରେ ଝଗଡା ଲାଗିଥିବା ବେଳେ ଏନେଇ ସୀମରନ ଝାରସୁଗୁଡା ଥାନା ଅଭିଯୋଗ ମଧ୍ୟ କରିଥିବା ଜଣାପଡିଛି ।

Leave a comment