ପ୍ରେମିକା ଉପରେ ସ୍ପିରିଟ୍ ଢ଼ାଳି ପୋଡ଼ି ଦେଇଥିବା ପ୍ରେମିକକୁ ଗିରଫ କଲା ପୋଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜାମର ପୁରୁଷୋତ୍ତମପୁର ଅଞ୍ଚଳରୁ ଏକ ଲୋମହର୍ଷଣକାରି ଖବର ମିଳିଛି ଯାହାକୁ ବିଶ୍ୱାସ କରାଯାଇ ପାରିବ ନାହିଁ । ଜଣେ ଶିକ୍ଷିତ ଯୁବକ କିପରି ଏତେ ନୃଶଂସ ହୋଇପାରେ । ଯାହାକୁ ଦିନେ ଭଲ ପାଇବାର ଦାବା କରୁଥିଲା ତାର ହତ୍ୟା କ’ଣ ସେ କରିପାରିବ । ନିଜ ପ୍ରେମିକାକୁ ଡାକି ଏକ ପରିତ୍ୟକ୍ତ ଘରେ ତା ଉପରେ ସ୍ପିରିଟ୍ ଢ଼ାଳି ନିଆଁ ଲଗାଇ ଦେଇଛି ପ୍ରେମିକ । ପିଡିତା ଯୁବତୀଙ୍କ ମୃତ୍ୟୁ ପୂର୍ବ ବୟାନ ଆଧାରରେ ପ୍ରେମିକକୁ ଗିରଫ କରିଛି ପୋଲିସ । ଏନେଇ ଥାନାରେ ମାମଲା ରୁଜୁ ହେବା ସହ ଘଟଣାସ୍ଥଳରୁ ଅନେକ ଜିନିଷ ଜବତ କରିଛି ପୋଲିସ ।

ସୂଚନା ଅନୁଯାୟୀ, ପ୍ରତାପପୁରର କୃଷ୍ଣଚନ୍ଦ୍ର ସାହୁ ଏବଂ ସଦାଶିବପୁରର ପୀଡ଼ିତା ଯୁବତୀ, ୨୦୧୫ ମସିହାରେ ବ୍ରହ୍ମପୁରରେ ଏକାଠି ପଢୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଥିଲା । ଉଭୟେ ଚାକିରି କରିବା ପରେ ବିବାହ କରିବା ପାଇଁ ନିଷ୍ପତ୍ତିି ବି ନେଇଥିଲେ । ଏମିତି କି ୨୦୧୭ ମସିହାରେ ଉଭୟ ଅଭିଯୁକ୍ତ ଏବଂ ପୀଡ଼ିତା ଘର ଛାଡ଼ି ପଳାଇଯାଇଥିଲେ । ମାତ୍ର ପୁଅ ଘର ପରିବାର ବୁଝେଇ ସୁଝେଇ ସେମାନଙ୍କୁ ଫେରାଇ ଆଣିଥିଲେ । ପୁଅର ପରିବାର ଲୋକ ମାମୁଁ ଝିଅ ସହ ବିବାହ କରିବା ପାଇଁ ସ୍ଥିର କରିଥିଲେ ।

କୃଷ୍ଣଚନ୍ଦ୍ରର ଅନ୍ୟତ୍ର ବାହାଘର ଖବର ପାଇବା ପରେ ପୀଡ଼ିତା ବ୍ୟସ୍ତ ହୋଇପଡ଼ିଥିଲେ । ଆଉ ଏହାରି ଭିତରେ ଅଭିଯୁକ୍ତ, ଯୁବତୀଙ୍କୁ ପ୍ରତାପପୁରର ଏକ ପରିତ୍ୟକ୍ତ ଘରକୁ ଡାକି ଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ କୃଷ୍ଣଚନ୍ଦ୍ର ସ୍ପିରିଟ୍ ଢ଼ାଳି ପ୍ରେମିକକୁ ପୋଡ଼ି ଦେଇଥିବା ଯୁବତୀ ଜଣକ ମୃତ୍ୟୁ ପୂର୍ବରୁ ପୋଲିସକୁ ବୟାନ ଦେଇଥିଲେ । ପିଡିତା ଯୁବତୀଙ୍କୁ ଉଦ୍ଧାର କରାଯିବା ସମୟରେ ତାଙ୍କ ଶରୀର ୮୦% ପୋଡିଯାଇଥିଲା । ଚିକିଷାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ପୁଲିସ୍ ଯୁବତୀଙ୍କ ବ୍ୟାଗ୍, ପାଣି ବୋଟଲ ଏବଂ ମାସ୍କ ଆଦି ଉଦ୍ଧାର କରିଥିବା ବେଳେ ତଦନ୍ତ ଆଗକୁ ବଢ଼ାଇଛି । ଅପରପକ୍ଷରେ ଅଭିଯୁକ୍ତ ଏହାକୁ ଖଣ୍ଡନ କରିବା ସହ ମୃତ ଯୁବତୀଙ୍କ ମାନସିକ ଅବସ୍ଥା ଭଲ ନଥିବା କହିଛି ।

Leave a comment