ଆରଟିଆଇ ରେ ତଥ୍ୟ ମାଗିବାରୁ ପୁର୍ବତନ ସରପଞ୍ଚଙ୍କୁ ହତ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁର୍ବତନ ସରପଞ୍ଚଙ୍କୁ ହତ୍ୟା । ଏପରି ଏକ ଦୁଃଖଦ ଘଟଣା ସମ୍ବଲପୁର ଜିଲ୍ଲା ନାକଟୀଦେଉଳ ଥାନା ଅନ୍ତର୍ଗତ ସାଲେଭଟା ପଞ୍ଚାୟତରେ ଘଟିଯାଇଛି ।

ସୂଚନା ଅନୁଯାୟୀ, ସାଲେଭଟା ପଞ୍ଚାୟତର ପୂର୍ବତନ ସରପଞ୍ଚ ପର୍ଶୁରାମ ପ୍ରଧାନ ପୂର୍ବରୁ ସୂଚନା ଅଧିକାର ବଳରେ ତଥ୍ୟ ମାଗିବାକୁ ନେଇ କିଛି ବ୍ୟକ୍ତିଙ୍କ ସହ ବିବାଦ ଥିଲା । ଗତକାଲି ପର୍ଶୁରାମ ନିଜ ଗାଁ ତେମେର୍ଡାକୁ ଯାଉଥିବା ବେଳେ ତାଳସାବୁରୀ ନିକଟରେ ୪ରୁ ଅଧିକ ଲୋକ ତାଙ୍କୁ ଅତର୍କିତ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ପର୍ଶୁରାମଙ୍କୁ ରକ୍ତାକ୍ତ ଅବସ୍ଥାରେ ପ୍ରଥମେ ନାକଟୀଦେଉଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ପର୍ଶୁରାମ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅଧିକାର ରେ ତଥ୍ୟ ମାଗିବାକୁ କେନ୍ଦ୍ର କରି ପର୍ଶୁରାମଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave a comment