ରାଜଧାନୀ ଉପକଣ୍ଠରେ ହତ୍ୟାକାଣ୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀ ଉପକଣ୍ଠରେ ବିଭତ୍ସ ହତ୍ୟାକାଣ୍ଡ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ସନଭାଇକୁ ହତ୍ୟା କଲେ ବଡଭାଇ । ଭାଇରଲ ଭିଡ଼ିଓ ଦେଖି ହତ୍ୟାକାରୀକୁ ଗିରଫ କଲା ପୋଲିସ । ହତ୍ୟାର କାରଣ ଜମିବାଡ଼ି ବିବାଦ ହୋଇପାରେ ବୋଲି ଅନୁମାନ କରୁଛି ପୋଲିସ ।

ସୂଚନା ଅନୁଯାୟୀ, ଗତକାଲି ଦ୍ୱିପ୍ରହର ସମୟରେ ବାଲିଅନ୍ତା ଅଞ୍ଚଳରେ ମାମୁନ ରାଉତରାୟ ସାନଭାଇ ପ୍ରୀତମ ରାଉତରାୟକୁ ରାସ୍ତାରେ ଗୋଡେଇ ଗୋଡେଇ ହାଣିଥିଲା । ପ୍ରୀତମଙ୍କୁ ସୁରେଖା ଆପାର୍ଟମେଣ୍ଟ ନିକଟରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଫୋପାଡ଼ି ଦେଇ ଚାଲିଯାଇଥିଲା । ମାମୁନ ହତ୍ୟାକାଣ୍ଡ ଘଟାଇବାପରେ ନିର୍ଭୀକ ଭାବେ କଟୁରୀ ଧରି ଫେରୁଥିଲା । ଏହି ସମୟରେ କେହିଜଣେ ବ୍ୟକ୍ତି ନିଜ ମୋବାଇଲରେ ସମସ୍ତ ଦୃଶ୍ୟକୁ ରେକର୍ଡ କରି ଗଣମାଧ୍ୟମ ପ୍ରତିନିଧିଙ୍କ ପାଖକୁ ପଠେଇଥିଲେ । ଏହି ଭିଡ଼ିଓ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗୁରୁତର ଅବସ୍ଥାରେ ପ୍ରୀତମକୁ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ପ୍ରୀତମ୍ ରାଉତରାୟ ଲକ୍ଷ୍ମୀସାଗର ଅଞ୍ଚଳର ଶବର ସାହିରେ ରହୁଥିବା ପୋଲିସ ତଦନ୍ତ ଜଣାପଡିଛି ।

Leave a comment